ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ସଂଘର୍ଷରେ ପ୍ରଭାବିତ ସାରା ଦୁନିଆ। ଇରାନ ସହ ଯୁଦ୍ଧ ସମୟରେ ଆମେରିକା ରାଷ୍ଟ୍ରପତି ୟୁରୋପୀୟ ଦେଶ ଓ ନିଜ ମିତ୍ର ଦେଶଠୁ ସହୟତା ପାଇଁ ଛଟପଟ ହେଉଛନ୍ତି। ମାତ୍ର ଗୋଟିଏ ପରେ ଗୋଟିଏ ଦେଶ ଟ୍ରମ୍ପଙ୍କୁ ଝଟକା ଦେଉଛନ୍ତି। ଗୋଟିଏ ଦିନ ପୂର୍ବେ ସ୍ପେନ ଇରାନ ଯୁଦ୍ଧରେ ସାମିଲ୍ ଆମେରିକା ଲଢୁଆ ବିମାନ ପାଇଁ ନିଜର ଏୟାରସ୍ପେସ ବନ୍ଦ କରି ଦେଇଥିଲା। ଏବେ ଇଟାଲୀ ମଧ୍ୟ ଆମେରିକାକୁ ଜୋରଦାର ଝଟକା ଦେଇଛି। ଇଟାଲୀ ମହତ୍ଵପୂର୍ଣ୍ଣ ପଦକ୍ଷେପ ନେଇ ଆମେରିକାକୁ ନିଜର ସୈନ୍ୟ ଆଡ୍ଡା ବ୍ୟବହାର ପାଇଁ ଅନୁମତି ଦେବାକୁ ମନା କରି ଦେଇଛି। ଏହି ନିଷ୍ପତ୍ତି ଏମିତି ସମୟରେ ଆସିଛି ଯେଉଁ ସମୟରେ ଯେବେ ପଶ୍ଚିମ ଏସିଆରେ ଯୁଦ୍ଧକୁ ନେଇ ବିଶ୍ଵରେ ଉତ୍ତେଜନା ଲାଗି ରହିଛି।
ଏହି ମାମଲାରେ ଜଣେ ଜୈନକ ଅଧିକାରୀ କହିଛନ୍ତି, ଇଟାଲୀ ଆମେରିକାର ସୈନ୍ୟ ବିମାନକୁ ମଧ୍ୟପ୍ରାଚ୍ୟ ପୂର୍ବରୁ ସିସିଲିର ସିଗୋନେଲ ଏୟାରବେସରେ ଓହ୍ଲାଇବାକୁ ଅନୁମତି ଦେବାକୁ ମନା କରି ଦେଇଛି। ଇଟାଲୀର ଖବରକାଗଜ ଡେଲି କୋରିଏରେ ଡେଲା ସେରା ରିପୋର୍ଟ ଅନୁଯାୟୀ, କିଛି ଆମେରିକୀୟ ବମ୍ବର ବିମାନକୁ ମଧ୍ୟପ୍ରାଚ୍ୟ ଯିବା ପୂର୍ବରୁ ସିସିଲି ସ୍ଥିତ ସାମରିକ ଘାଟିରେ ଓହ୍ଲାଇବାର ଥିଲା। ମାତ୍ର ଏହି ଘାଟିରେ ଅବତରଣ କରିବାକୁ ଅନୁମତି ଦେଇ ନାହିଁ ଇଟାଲୀ।
ତେବେ ଖବରକାଗଜ ଏହା ଜଣାଇ ନାହିଁ ଯେ, କେବେ ବିମାନଟି ଅବତରଣ କରିବାର ଥିଲା। ଖବରକାଗଜ ଏହା ମଧ୍ୟ ସ୍ପଷ୍ଟ କରି ନାହିଁ ଯେ, ଏଥିରେ କେତେ ବିମାନ ସାମିଲ୍ ଥିଲା। ଖବରକାଗଜ ଏହା ମଧ୍ୟ କହିଛି ଯେ, କାହିଁକି ବିମାନକୁ ଅବତରଣ ପାଇଁ ଅନୁମତି ଦିଆଗଲା ନାହିଁ। ଏହାର କାରଣରେ କୁହାଯାଇଛି ଯେ, ଆମେରିକା ଏଥିପାଇଁ ଆନୁଷ୍ଠାନିକ ଭାବେ ଅନୁରୋଧ କରି ନ ଥିଲା। ଇଟାଲୀର ସୈନ୍ୟ ନେତୃତ୍ଵ ସହ ପରାମର୍ଶ କରି ନ ଥିଲା। ତେବେ ଇଟାଲୀ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏହା ଉପରେ କୌଣସି ଟିପ୍ପଣୀ ଆସିନାହିଁ।
ଇରାନ ଯଦି ବୁଝାମଣା ନ କରେ ଖର୍ଗ ଦ୍ଵୀପ ଓ ତେଲ କୂଅ ଉଡ଼ାଇ ଦେବୁ; ଟ୍ରମ୍ପଙ୍କ ଚରମବାଣୀ