ବ୍ରହ୍ମପୁର: ବ୍ରହ୍ମପୁରରେ ଲଜ୍ଜା। ଜଣେ ଅଣଓଡ଼ିଆ ନାବାଳିକା ଗଣ ଦୁଷ୍କର୍ମର ଶୀକାର ହୋଇଛି । ନିଶା ଦେଇ ତାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ବ୍ରହ୍ମପୁର ଗୋଷାଣୀ ନୂଆଗାଁ ଥାନା ପୋଲିସ ୨ ଜଣଙ୍କୁ ଗିରଫ କରିଛି । ଏହା ସହିତ ଜଣେ ନାବାଳକକୁ ମଧ୍ୟ ଅଟକ ରଖାଯାଇଛି ।
ମିଳିଥିବା ସୂଚନା ମୁତାବକ, ନାବାଳିକାଙ୍କ ଘର ଆନ୍ଧ୍ର ପ୍ରଦେଶରେ । ତାଙ୍କ ବାପା ମରିଯିବା ପରେ ମା ଦ୍ୱିତୀୟ ବିବାହ କରିଥିଲେ । ସାବତ ବାପା ନାବାଳିକାକୁ ନିର୍ଯାତନା ଦେବାରୁ ସେ ଅତିଷ୍ଠ ହୋଇ ବ୍ରହ୍ମପୁର ଚାଲିଆସିଥିଲେ। ବ୍ରହ୍ମପୁରରେ ଏକ ଚାହା ଦୋକାନରେ ରହି କାମ କରୁଥିଲେ । ଗତ ୨୯ ତାରିଖରେ ଜଣେ ନାବାଳକ ସହ ନାବାଳିକା ଯାଇଥିବାବେଳେ ତାକୁ ନିଶା ଦେଇ ଗଣଦୁଷ୍କର୍ମ କରାଯାଇଥବା ଅଭିଯୋଗ ହୋଇଛି। ସ୍ଥାନୀୟ ଲୋକେ ଦେଖି ପୋଲିସକୁ ଖବର ଦେବା ପରେ ପୋଲିସ ନାବାଳିକାକୁ ଉଦ୍ଧାର କରି ମାମଲା ରୁଜୁ କରିଛି ।
ପୋଲିସ ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରିଛି । ଏହା ସହିତ ନାବାଳିକାକୁ ନେଇ ଥିବା ନାବାଳକକୁ ସୁଧାର ଗୃହକୁ ପଠାଇ ଦିଆଯାଇଛି । ନାବାଳିକାଙ୍କ ସାବତ ବାପାଙ୍କ ନାଁରେ ମାମଲା ରୁଜୁ ହୋଇଥିବା ବ୍ରହ୍ମପୁର ଏସପି ସୂଚନା ଦେଇଛନ୍ତି।