କଟକ: ଓଡ଼ିଶା ହାଇକୋର୍ଟ ସାମ୍ନାରେ ଏକ ବଡ଼ଧରଣର ଅଗ୍ନିକାଣ୍ଡ ଘଟିଛି। ଖବର ଅନୁସାରେ, ନିଆଁ ଲାଗି ଗୋଟିଏ ସ୍କର୍ପିଓ ଗାଡ଼ି, ଦୁଇଟି ସ୍କୁଟର ଏବଂ ଗୋଟିଏ ଇଭି ଗାଡ଼ି ସମ୍ପୂର୍ଣ୍ଣ ଜଳିଯାଇଛି। ହଠାତ ହୁତୁହୁତୁ ହୋଇ ନିଆଁ ଜଳୁଥିବା ଦେଖି ସେଠାରେ ଉପସ୍ଥିତ ଥିବା ଲୋକମାନେ ଭୟଭୀତ ହୋଇଯାଇଥିଲେ।
ତେବେ ଏପର୍ଯ୍ୟନ୍ତ, ଘଟଣା କେମିତି ଓ କେଉଁ ପରିସ୍ଥିତିରେ ଘଟିଛି ତାହା ସ୍ପଷ୍ଟ ହୋଇନାହିଁ। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ତୁରନ୍ତ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିଛନ୍ତି।ସ୍ଥାନୀୟ ପ୍ରଶାସନ ଓ ହାଇକୋର୍ଟ ପ୍ରତିନିଧି ମଧ୍ୟ ଘଟଣା ସମ୍ପର୍କରେ ତଦନ୍ତ ଆରମ୍ଭ କରିଛନ୍ତି।
ଅଗ୍ନିକାଣ୍ଡ ଘଟିବା ପରେ ଏହି ସ୍ଥଳରେ କିଛି ସମୟ ପାଇଁ ଯାତାୟାତ ବନ୍ଦ କରାଯାଇଥିଲା। ତେବେ ଏଥିରେ କେହି ଆହତ ହୋଇଥିବା ସୂଚନା ମିଳିନାହିଁ। ଅଗ୍ନିଶମ ଓ ପୋଲିସ ଟିମ୍ ଘଟଣାର ତଦନ୍ତ ଜାରି ରଖିଛନ୍ତି।