ମୁମ୍ବାଇ: ବଲିଉଡ୍ ଅଭିନେତା ରଣବୀର ସିଂହ ଏବଂ ନିର୍ଦ୍ଦେଶକ ଆଦିତ୍ୟ ଧରଙ୍କ ଯୋଡ଼ି ଏବେ ସିନେମା ଜଗତରେ ଏକ ବଡ଼ ଆଲୋଡ଼ନ ସୃଷ୍ଟି କରିଛି। 'ଧୁରନ୍ଧର: ଦ ରିଭେଞ୍ଜ'କୁ ନେଇ ଉତ୍ସାହ ଥିବା ବେଳେ, ଏବେ ସୋସିଆଲ ମିଡିଆରେ ଏକ ନୂତନ ପୋଷ୍ଟ ଭାଇରାଲ୍ ହେବାରେ ଲାଗିଛି। ଦାବି କରାଯାଉଛି ଯେ, ଏହି ଯୋଡ଼ି ବଡ଼ ପରଦାରେ ଭାରତର ସମ୍ରାଟ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ଜୀବନ କାହାଣୀ ନେଇ ଆସୁଛନ୍ତି।
ଭାଇରାଲ୍ ପୋଷ୍ଟରେ କ’ଣ ଅଛି?
ସୋସିଆଲ ମିଡିଆରେ ଏକ ଫ୍ୟାନ୍-ମେଡ୍ ପୋଷ୍ଟର୍ ଏବଂ କିଛି ରିପୋର୍ଟ ସାମ୍ନାକୁ ଆସିଛି, ଯେଉଁଥିରେ ରଣବୀର ସିଂହଙ୍କୁ ମୌର୍ଯ୍ୟ ସାମ୍ରାଜ୍ୟର ପ୍ରତିଷ୍ଠାତାଙ୍କ ରୂପରେ ଦର୍ଶାଯାଇଛି। 'ଉରି: ଦ ସର୍ଜିକାଲ୍ ଷ୍ଟ୍ରାଇକ୍' ଭଳି ହିଟ୍ ଫିଲ୍ମ ଦେଇଥିବା ଆଦିତ୍ୟ ଧର ଏହି ମେଗା-ବଜେଟ୍ ପିରିୟଡ୍ ଡ୍ରାମାର ନିର୍ଦ୍ଦେଶନା ଦେବେ ବୋଲି ଶୁଣିବାକୁ ମିଳୁଛି। ରିପୋର୍ଟ ଅନୁଯାୟୀ, 'ଧୁରନ୍ଧର'ର ସିକ୍ୱେଲ୍ 'ଧୁରନ୍ଧର ୨' ପରେ ଏହି ପ୍ରୋଜେକ୍ଟ ଉପରେ କାମ ଆରମ୍ଭ ହୋଇପାରେ।
'ଧୁରନ୍ଧର' ସିରିଜ୍ର ସଫଳତା:
ରଣବୀର ଏବଂ 'ଧୁରନ୍ଧର 2'କୁ ନେଇ ଦର୍ଶକଙ୍କ ମଧ୍ୟରେ ପ୍ରବଳ କ୍ରେଜ୍ ଦେଖିବାକୁ ମିଳିଛି। ଏହି ଫିଲ୍ମ ତାହାର ଆକ୍ସନ ଏବଂ କାହାଣୀ ଯୋଗୁଁ 11ଶହ କୋଟିରୁ ଅଧିକ ଆୟ କରି ସାରିଲାଣି। କିନ୍ତୁ ଏହାରି ମଧ୍ୟରେ 'ଚନ୍ଦ୍ରଗୁପ୍ତ ମୌର୍ଯ୍ୟ' ଖବର ପ୍ରଶଂସକଙ୍କ ଉତ୍ସାହକୁ ଦ୍ୱିଗୁଣିତ କରିଦେଇଛି।
ଅଫିସିଆଲ୍ ଘୋଷଣାର ଅପେକ୍ଷା:
ଯଦିଓ ଏହି ଖବର ସୋସିଆଲ ମିଡିଆରେ ନିଆଁ ଭଳି ବ୍ୟାପିଛି, ତଥାପି ଏପର୍ଯ୍ୟନ୍ତ ନା ରଣବୀର ସିଂହ ନା ଆଦିତ୍ୟ ଧର ଏ ବିଷୟରେ କୌଣସି ଆନୁଷ୍ଠାନିକ (Official) ସୂଚନା ଦେଇଛନ୍ତି। ବର୍ତ୍ତମାନ ରଣବୀର ନିଜର ଘରୋଇ ପ୍ରଡକସନ ପ୍ରଳୟକୁ ନେଇ ବ୍ୟସ୍ତ ଅଛନ୍ତି। ମା କସମ୍ ନାମରେ ସେ ଆରମ୍ଭ କରିଥିବା ପ୍ରଡକସନ ହାଉସ ଏହି ଜୋମ୍ବି ଫିଲ୍ମ ପ୍ରଡ୍ୟୁସ କରୁଛି। କୁହାଯାଉଛି ଯେ, ପ୍ରଳୟ ସୁଟିଂ ପରେ 2027 ରେ ରଣବୀର ପୁଣି ଥରେ ଆଦିତ୍ୟଙ୍କୁ ଜଏନ କରିବେ।