୪୦ ବର୍ଷ ବୟସରେ ପାଦ ରଖିଲେ ବଲିଉଡ କୁଇନ କଙ୍ଗନା ରାଣାୱତ। ତେବେ କଙ୍ଗନା ତାଙ୍କ ଜନ୍ମଦିନ ପରିବାର ସହିତ ପାଳନ କରିଛନ୍ତି। ତେବେ କଙ୍ଗନାଙ୍କ ଜନ୍ମଦିନ ଉପଲକ୍ଷେ ବଲିଉଡ ଷ୍ଟାରଙ୍କ ସମେତ ଅନେକ ପ୍ରଶଂସକ ତାଙ୍କୁ ସୋସିଆଲ ମିଡିଆରେ ଅଭିନନ୍ଦନ ଜଣାଇଛନ୍ତି। ଏପରିକି ଫ୍ୟାନ୍ସମାନେ ମଧ୍ୟ ତାଙ୍କ ଲମ୍ବା ଆୟୁଷ ପାଇଁ ପୂଜା କରୁଥିବାର ଦେଖିବାକୁ ମିଳିଥିଲା।
ବଲିଉଡର ଶ୍ରେଷ୍ଠ ଅଭିନେତ୍ରୀମାନଙ୍କ ମଧ୍ୟରେ କଙ୍ଗନାଙ୍କ ନାମ ଅନ୍ୟତମ। ଅଭିନୟ ଦକ୍ଷତା ବ୍ୟତୀତ, କଙ୍ଗନା ତାଙ୍କର ସ୍ପଷ୍ଟବାଦୀ ଆଚରଣ ଏବଂ ସାହସ ପାଇଁ ମଧ୍ୟ ବେଶ୍ ଜଣାଶୁଣା। ‘ଗ୍ୟାଙ୍ଗଷ୍ଟର’ ଫିଲ୍ମରୁ ନିଜ କ୍ୟାରିଅର ଆରମ୍ଭ କରିଥିଲେ କଙ୍ଗନା। ହିମାଚଳ ପ୍ରଦେଶ ମଣ୍ଡିରୁ ବଲିଉଡ୍ ସୁପରଷ୍ଟାର ହେବାର ଯାତ୍ରା ସହଜ ନଥିଲା। ତଥାପି କଙ୍ଗନା କେବେବି ନିଜ କ୍ୟାରିୟରରେ ବ୍ରେକ ମାରିନଥିଲେ। ତାଙ୍କ କ୍ୟାରିୟରରେ ସେ ୫୦ରୁ ସିନେମା ନିଜ ଫ୍ୟାନ୍ସକୁ ଭେଟି ଦେଇଛନ୍ତି। ଏପରିକି ନିଜ ଅଭିନିଟି ସିନେମା ପାଇଁ ମଧ୍ୟ ସେ ଅନେକ ଆୱାର୍ଡରେ ସମ୍ମାନିତ ହୋଇଛନ୍ତି।
ଫିଲ୍ମ ଜଗତରେ ନିଜ ଉପସ୍ଥିତି ମଜବୁତ କରିବା ପରେ କଙ୍ଗନା ରାଣାୱତ ରାଜନୀତି ଜଗତରେ ମଧ୍ୟ ନିଜର ଦବଦବା ଜାହିର୍ କରିଛନ୍ତି। ବର୍ତ୍ତମାନ, କଙ୍ଗନା ମଣ୍ଡି ନିର୍ବାଚନମଣ୍ଡଳୀର ପ୍ରତିନିଧିତ୍ୱ କରୁଥିବା ବିଜେପି ସାଂସଦ ଭାବରେ କାର୍ଯ୍ୟ କରୁଛନ୍ତି। ଯେଉଁ ଝିଅ ଦିନେ ଅଭିନେତ୍ରୀ ହେବା ପାଇଁ ବଲିଉଡକୁ ଆସିଥିଲା ଆଜି ସେ ଉଭୟ ସିନେମା ଏବଂ ରାଜନୀତିରେ ବେଶ ଲୋକପ୍ରିୟତା ହାସଲ କରିଛନ୍ତି।