ଭୁବନେଶ୍ୱର : ଭୁବନେଶ୍ୱର : ଆଜିଠୁ ଜନଗଣନା ପ୍ରକ୍ରିୟା ଆରମ୍ଭ। ଘର ଘର ବୁଲି ତଥ୍ୟ ଆଣିବେ ଅଧିକାରୀ। ଏହି ପ୍ରକ୍ରିୟା ଦୁଇଟି ପର୍ଯ୍ୟାୟରେ ଚାଲିବ। ପ୍ରଥମ ପ୍ରକ୍ରିୟାରେ ହେବ ଘର ଗଣନା ଏବଂ ଦ୍ୱିତୀୟଟିରେ ହେବ ଲୋକଙ୍କ ତଥ୍ୟ ସଂଗ୍ରହ। ତେବେ ଚଳିତ ବର୍ଷ ପ୍ରଥମ ଥର ପ୍ରଥମ ଥର ପାଇଁ ଡିଜିଟାଲ ଜନଗଣନା ହେବାକୁ ଯାଉଛି। ସାରା ଦେଶରେ ଏକାସାଙ୍ଗରେ ପ୍ରକ୍ରିୟା ପ୍ରଥମ ଆରମ୍ଭ ହେବ। ରାଜ୍ୟର ପ୍ରଥମ ନାଗରିକ ରାଜ୍ୟପାଳଙ୍କ ବାସଭବନରୁ ଏହି ପ୍ରକ୍ରିୟାର ଶୁଭାରମ୍ଭ ହେବ। ଆଜିଠାରୁ ୧୫ ଦିନ ସ୍ବଗଣନା ହେବ। ଏପ୍ରିଲ ୧୬ ତାରି ଯାଏ ଜନ ୧୬ ତାରିଖଠାରୁ ମେ ୧୫ ତାରିଖ ଜନଗଣନାକାରୀ ଘରକୁ ଘର ବୁଲି ତଥ୍ୟ ସଂଗ୍ରହ କରିବେ ବୋଲି ସରକାର ସୂଚନା ଦେଇଛନ୍ତି।
ତେବେ ପ୍ରଥମ ପର୍ଯ୍ୟାୟରେ ଆଣ୍ଡାମାନ ନିକୋବର, ଦିଲ୍ଲୀ, ଗୋଆ, କର୍ଣ୍ଣାଟକ, ଲାକ୍ଷାଦୀପ, ମିଜୋରମ, ଓଡ଼ିଶା ଓ ସିକିିମରେ ହେବ ଜନଗଣନା। ଏହାପରେ ଓଡ଼ିଶାରେ ଲୋକେ ଏପ୍ରିଲ ପହିଲାରୁ ୧୬ ତାରିଖ ଭିତରେ ମୋବାଇଲ ଆପରେ ନିଜେ ନିଜେର ତଥ୍ୟ ଦେଇପାରିବେ। ୧୬ ଏପ୍ରିଲରୁ ୧୬ ମେ ମଧ୍ୟରେ ଘର ଗଣନା ଓ ଜନଗଣନା ହେବ। ଏଥର ଜନଗଣନାରେ ନିୟୋଜିତ ହେବେ ୩୦ ଲକ୍ଷ କର୍ମଚାରୀ। ସମସ୍ତ ଅଧିକାରୀମାନେ ଯଦି ନିଜ କାମରେ ଖାମଖୟାଲୀ ତେବେ ଟଙ୍କା ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦିଆଯାଇଛି।
ପ୍ରତି ୧୦ ବର୍ଷରେ ଥରେ ଜନଗଣନା ହୋଇଥାଏ। ୨୦୧୧ରେ ଶେଷ ଥର ପାଇଁ ଏହି ପ୍ରକ୍ରିୟା ହୋଇଥିଲା। କରୋନା ପାଇଁ ୨୦୨୧ରେ ଏହା ହୋଇପାରିନଥିଲା। ତେଣୁ ଚଳିତ ବର୍ଷ ଜନଗଣନା ହେବା ନେଇ ନିଷ୍ପତି ନିଆଯାଇଥିଲା। ଏହାପରେ ଉପରିସ୍ଥ ଅଧିକାରୀମାନେ ଏପ୍ରିଲ ମାସରୁ ଜନଗଣନା ଆରମ୍ଭ ହେବ ବୋଲି ନୋଟିସ ଜାରି କରିଥିଲେ। ବିଗତ ଏକ ମାସ ଧରି ଏହି ଜନଗଣନା କରାଯିବ। ଏକ ମାସ ପୁରିବା ପରେ ସମସ୍ତ ଲୋକମାନଙ୍କର ତଥ୍ୟ ଜନଗଣନାରେ ନିୟୋଜିତ ହୋଇଥିବା ଅଧିକାରୀ ମାନେ ସରକାରଙ୍କ ନିକଟରେ ଉପସ୍ଥାପିତ କରିବେ।
ଅଧିକ ପଢନ୍ତୁ ; ରଙ୍ଗୀନ ଆଲୋକମାଳାରେ ସଜେଇ ହୋଇଛି ରାଜଧାନୀ