ନୂଆଦିଲ୍ଲୀ: ଅନେକ ବିବାଦ ଓ ସମାଲୋଚନା ପରେ ବିଜେପି ସାଂସଦ ନିଶିକାନ୍ତ ଶେଷରେ କ୍ଷମା ପ୍ରାର୍ଥନା କରିଛନ୍ତି । ବିଜୁ ବାବୁ ଜଣେ ଉଚ୍ଚକୋଟିର ରାଜନେତା ଥିଲେ ଏବଂ ରହିବେ । ଯଦି ମୋର ବକ୍ତବ୍ୟ କାହାର ଭାବନାକୁ ଆଘାତ ଦେଇଥାଏ ସେଥିପାଇଁ ମୁଁ କ୍ଷମା ପ୍ରାର୍ଥନା କରୁଛି ବୋଲି କହିଛନ୍ତି ନିଶିକାନ୍ତ ।
ସାଂସଦ ନିଶିକାନ୍ତ ଦୁବେ ଏକ୍ସରେ କ୍ଷମା ମାଗିବା ପରିପ୍ରେକ୍ଷୀରେ କହିଛନ୍ତି ଯେ ଗତ ସପ୍ତାହରେ ଗଣମାଧ୍ୟମ ସହିତ କଥାବାର୍ତ୍ତା ସମୟରେ, ନେହେରୁ-ଗାନ୍ଧୀ ପରିବାରର କାର୍ଯ୍ୟ ପରିପ୍ରେକ୍ଷୀରେ, ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଭାରତର ପ୍ରମୁଖ ନେତାମାନଙ୍କ ମଧ୍ୟରୁ ଜଣେ ମାନ୍ୟବର ଶ୍ରୀ ବିଜୁ ପଟ୍ଟନାୟକଙ୍କ ବିଷୟରେ ତାଙ୍କର ମନ୍ତବ୍ୟକୁ ଭୁଲ ଅର୍ଥ ବାହାର କରାଯାଇଛି । ଏହି ବକ୍ତବ୍ୟ ତାଙ୍କର ସମ୍ପୂର୍ଣ୍ଣ ବ୍ୟକ୍ତିଗତ ମତ ଅଟେ । କିନ୍ତୁ ନେହେରୁଙ୍କ ବିଷୟରେ ଦେଇଥିବା ମତାମତକୁ ବିଜୁ ବାବୁଙ୍କ ପ୍ରତି ନିର୍ଦ୍ଦେଶିତ ବୋଲି ଦର୍ଶାଗଲା ।
ସେହିପରି ନିଶିକାନ୍ତୁ କହିଛନ୍ତି ଯେ ଆମ ପାଇଁ, ବିଜୁ ବାବୁ ସର୍ବଦା ଉଚ୍ଚକୋଟୀର ଜଣେ ରାଜନେତା ଥିଲେ ଏବଂ ରହିବେ। ଯଦି ତାଙ୍କର ମତ କାହାର ଭାବନାକୁ କୌଣସି ଆଘାତ ଦେଇଥାଏ, ସେଥିପାଇଁ ସେ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଛନ୍ତି ।