ବାଲେଶ୍ବର: ହାତୀ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ । ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଭାନ୍ଦିପୁର ଗ୍ରାମରେ ଘଟିଛି ଅଭାବନୀୟ ଘଟଣା। ଗ୍ରାମର ଠାକୁର ମାରାଣ୍ଡି ସନ୍ଧ୍ୟା ସମୟରେ ଘର ନିକଟରେ ଗ୍ରାମବାସୀଙ୍କ ସହିତ ଛିଡ଼ା ହୋଇଥିବା ବେଳେ ହଠାତ୍ 6ଟିକିଆ ହାତୀପଲ ପହଞ୍ଚି ସେମାନଙ୍କୁ ଆକ୍ରମଣ କରିଥିଲେ । ଭୟରେ ସମସ୍ତେ ଦୌଡି ପଳାଇଥିବା ବେଳେ ଠାକୁର ମାରାଣ୍ଡିଙ୍କୁ ଦଳି ଦେଇଥିଲେ ଏହି ହାତୀ ପଲ । ଯାହା ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ଯୁ ହୋଇଥିଲା ।
ବାଲେଶ୍ବର ମୟୂରଭଞ୍ଜ ସିମାନ୍ତ ଜଙ୍ଗଲରେ 30 ରୁ ଅଧିକ ହାତୀ ଦିର୍ଘ ଦିନରୁ ରହି ଉପଦ୍ରବ କରୁଛନ୍ତି । ଗତ ସନ୍ଧ୍ୟାରେ ହାତୀ ପଲ ଗାଁ ମୁହାଁ ହୋଇ ବ୍ୟାପକ ଧାନ ଫସଲ ନଷ୍ଟ କରିବା ସହ ଲୋକଙ୍କୁ ଗୋଡାଇ ଗୋଡାଇ ଆକ୍ରମଣ କରିଥିଲେ, ଖବର ପାଇ ବାଲେଶ୍ବରର ଦୁଇଟି ବନ ବିଭାଗ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ହାତୀ ଘଉଡାଇବାକୁ ଉଦ୍ୟମ ଜାରି ରଖିଛି ।