ଭୁବନେଶ୍ୱର : ଦିନକୁ ଦିନ ରାଜ୍ୟରେ ଅନୁଭୂତ ହେଉଛି ଅସହ୍ୟ ତାତି। ଯାହାଫଳରେ ଅନେକ ସମସ୍ୟା ଦେଇ ଗତି କରୁଛନ୍ତି ଲୋକେ। ଖରା ପ୍ରାୟତଃ ଶରୀରରେ ଉପରେ ଅଧିକ ପ୍ରଭାବ ପକାଇଥାଏ। ଖରା କାରଣରୁ ମୁହଁରେ ମଧ୍ୟ ଦାଗ, କଳାପଣ, ଟ୍ୟାନ ଭଳି ସମସ୍ୟା ଦେଖାଦେଇଥାଏ। ତେଣୁ ଖରାଦିନେ ସ୍କିନର ଅଧିକ ଯତ୍ନ ଆବଶ୍ୟକ। ଏପରିକି ଅନେକ ସମୟରେ ଆମେ ଦେଖିବାକୁ ପାଇଛୁ ଯେ ସ୍କିନ୍ କେୟାର ଝିଅମାନେ ବିଭିନ୍ନ ପ୍ରକାରର ସାମଗ୍ରୀ ବ୍ୟବହାର କରିଥାନ୍ତି। କିନ୍ତୁ ବେଳେ ବେଳେ ସେହି ଜିନିଷ ଆମ ଶରୀର ପାଇଁ କ୍ଷତିକାରକ ମଧ୍ୟ ହୋଇପାରେ।
ପ୍ରଚଣ୍ଡ ଗରମ କାରଣରୁ ସ୍କିନକୁ ଡିହାଇଡ୍ରେସନ୍ ଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଏହା ସହିତ, ଝାଳ ଯୋଗୁଁ ସ୍କିନ୍ ସମସ୍ୟା ବଢ଼ିପାରେ। ଏପରି ପରିସ୍ଥିତିରେ, ଫିଟିକିରିକୁ ବିଭିନ୍ନ ଉପାୟରେ ଏବଂ ବିଭିନ୍ନ ସମୟରେ ବ୍ୟବହାର କରିବା ଦ୍ୱାରା ତ୍ୱଚାକୁ ଲାଭ ମିଳିଥାଏ । ଏପରିକି ଏହି ଫିତିକିରି ଲେପକୁ ମଧ୍ୟ ଦେହରେ ଲଗେଇ ବାହାରକୁ ଗଲେ ଶରୀରରେ ଟ୍ୟାନିଂ ସମୟ ମଧ୍ୟ ଦୂର ହୋଇଥାଏ।
ଶରୀର ପାଇଁ ଫିଟିକିରିର ଫାଇଦା :
ଫିଟିକିରି ଆଣ୍ଟିବାୟୋଟିକ୍, ଆଣ୍ଟିସେପ୍ଟିକ୍ ଏବଂ ଆଷ୍ଟ୍ରିଞ୍ଜେଣ୍ଟ୍ ଗୁଣ ପ୍ରଚୁର ପରିମାଣରେ ଥିବାରୁ ସ୍କିନ ପାଇଁ ପ୍ରାକୃତିକ ଉପଚାର ବୋଲି ମଧ୍ୟ କୁହାଯାଇଥାଏ। ଏପରିକି ଏହା ବ୍ରଣ ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରିଥାଏ। ଏହା ବ୍ୟତୀତ ଏହାର ବ୍ୟବହାର ଫଳରେ ଏହା ଚର୍ମକୁ ସଂକ୍ରମଣଠାରୁ ରକ୍ଷା କରିଥାଏ ।
ଫିଟିକିରୀର ବ୍ୟବହାର :
ରାତିରେ ଶୋଇବା ପୂର୍ବରୁ ଖଣ୍ଡେ ଫିଟିକିରୀକୁ ପାଣିରେ ବତୁରାଇ ରଖିଦିଅନ୍ତୁ। ଏହାପରେ ସକାଳେ ସେହି ବତୁରା ଫିଟିକିରୀକୁ ବାଟି ବାହାରକୁ ଯିବା ପୂର୍ବରୁ ତାକୁ ଦେହରେ ଭଲ ଭାବରେ ମାଲିସ କରନ୍ତୁ। ଏକ ସପ୍ତାହରେ 4 ଥର ଏହାକୁ ବ୍ୟବହାର କଲେ ଟ୍ୟାନିଂ ସମସ୍ୟା ସମ୍ପୂର୍ଣ୍ଣ ଦୂର ହୋଇଯାଏ।