ନୂଆଦିଲ୍ଲୀ: ପାକିସ୍ତାନ ସୁପର ଲିଗ ୨୦୨୬ ନିଜର ଖେଳ ପାଇଁ ଯେତିକି ଚର୍ଚ୍ଚାରେ ନାହିଁ ତାଠୁ ଅଧିକ ଚର୍ଚ୍ଚା ବିବାଦକୁ ନେଇ । କେତେ ବେଳେ ବଲର ରଙ୍ଗ ବଦଳିବା ହେଉ କି ବର୍ଷା ସମୟରେ ପିଚର ରକ୍ଷଣାବେକ୍ଷଣ ହେଉ । ଏହି କ୍ରମରେ ଆଉ ଏକ ବିବାଦ ଯୋଡି ହୋଇ ଯାଇଛି । ଏଥର ଅଷ୍ଟ୍ରେଲିଆର ବରିଷ୍ଠ ବ୍ୟାଟର ଡେଭିଡ ୱାର୍ଣ୍ଣର ଖେଳୁଛନ୍ତି । ଏହି ଲିଗରେ ୱାର୍ଣ୍ଣରଙ୍କ ନେତୃତ୍ୱାଧୀନ କରାଚି କିଙ୍ଗ୍ସର ମୁକାବିଲା ଗତକାଲି ରାୱଲପିଣ୍ଡି ବିପକ୍ଷରେ ଥିଲା । ହେଲେ ଏହି ମ୍ୟାଚ୍ ପରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଡେଭିଡ ୱାର୍ଣ୍ଣରଙ୍କ ନିଜ ଦଳର ସାଥୀ ଖେଳାଳି ମୋଇନ ଅଲ୍ଲୀଙ୍କ ସହ ଜୋରଦାର ଯୁକ୍ତିତର୍କ ହୋଇଛି । ଏହାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।
ପାକିସ୍ତାନ ସୁପର ଲିଗର ୧୧ତମ ସିଜିନରେ ଉଭୟ ୱାର୍ଣ୍ଣର ଓ ମୋଇନ ଅଲ୍ଲୀ ଖେଳୁଛନ୍ତି । ପିଏସଏଲର ଏହି ସିଜିନରେ ଭୟ କରାଚି କିଙ୍ଗ୍ସ ପକ୍ଷରୁ ଖେଳୁଛନ୍ତି । କରାଚି ଓ ପିଣ୍ଡିଜ ମଧ୍ୟରେ ସିଜିନର ଦଶମ ମ୍ୟାଚ୍ ଏପ୍ରିଲ ୨ରେ ଖେଳା ଯାଇଛି । ଏହି ମୁକାବିଲା ପରେ ୱାର୍ଣ୍ଣର ଓ ମୋଇନଙ୍କ ମଧ୍ୟରେ ଜୋରଦାର ବିତର୍କ ଦେଖିବାକୁ ମିଳିଛି । ଏହି ସମୟରେ ୱାର୍ଣ୍ଣର ବହୁତ କ୍ରୋଧିତ ଜଣା ପଡୁଥିଲେ । ସେ ରାଗରେ କିଛି କହୁଥିଲେ, ମାତ୍ର ଦଳର ଜଣେ ସଦସ୍ୟ ଆସି ଉଭୟଙ୍କୁ ଅଟକାଇଥିଲେ ।
ପିଏସଏଲ ୨୦୨୬ରେ କରାଚି କିଙ୍ଗସର ପ୍ରଭାବଶାଳୀ ପ୍ରଦର୍ଶନ ଜାରି ରହିଛି। କରାଚି ଏହି ସିଜିନରେ ଏ ପର୍ଯ୍ୟନ୍ତ ଖେଳିଥିବା ନିଜର ସମସ୍ତ ୩ଟି ମ୍ୟାଚ୍ ଜିତିଛି। ଛଅ ପଏଣ୍ଟ ସହିତ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି ଟିମ୍। ଲାହୋରର ଗଦ୍ଦାଫି ଷ୍ଟାଡିୟମରେ ଖେଳାଯାଇଥିବା ତୃତୀୟ ମ୍ୟାଚ୍ରେ କରାଚି କିଙ୍ଗସ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ବ୍ୟାଟିଂ କରି କିଙ୍ଗସ ନିର୍ଦ୍ଧାରିତ ୨୦ ଓଭରରେ ଛଅ ୱିକେଟ ହରାଇ ୧୯୭ ରନର ଟାର୍ଗେଟ ରଖିଥିଲେ। କିଙ୍ଗସ ପକ୍ଷରୁ ଡାରିଲ ମିଚେଲ ସର୍ବାଧିକ ୬୫ ରନ କରିଥିବା ବେଳେ କରାଚି ପକ୍ଷରୁ ହାସନ ଅଲି ତିନୋଟି ୱିକେଟ ନେଇଥିଲେ।