କଟକ: ରତ୍ନଭଣ୍ଡାର ଚାବି ହଜିବା ରିପୋର୍ଟ ନେଇ ହାଇକୋର୍ଟ ଆଜି ବଡ଼ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ବିଧାନସଭା ଅଧିବେଶନରେ ରିପୋର୍ଟ ଉପସ୍ଥାପନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ରଘୁବୀର ଦାସ କମିଶନଙ୍କ ରିପୋର୍ଟ ଉପସ୍ଥାପନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ୩ ମାସ ମଧ୍ୟରେ ଗଣତି ମଣତି କାର୍ଯ୍ୟ ସମ୍ପୂର୍ଣ୍ଣ ସାରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।
ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ ଜଗନ୍ନାଥପ୍ରେମୀଙ୍କ ମନକୁ ଗଭୀର ଆଘାତ ଦେଇଥିଲା। ୨୦୧୮ ମସିହାରେ ଚାବି ହଜିଥିବା ବେଳେ ତଦନ୍ତ ନେଇ ଏକ କମିଶନ ମଧ୍ୟ ଗଠନ କରାଯାଇଥିଲା। ତେବେ ପରବର୍ତ୍ତି ସମୟରେ ରତ୍ନଭଣ୍ଡାରରେ ପାଣି ଜମିବା ପ୍ରସଙ୍ଗ ଉଠିଥିଲା। ତେବେ ଏହି ପ୍ରସଙ୍ଗରେ ହାଇକୋର୍ଟ ଅନେକ ବାର ନିର୍ଦ୍ଦେଶ ଦେଇଥିଲେ। ଏଏସଆଇ ପକ୍ଷରୁ ରତ୍ନଭଣ୍ଡାର ମରାମତି କାର୍ଯ୍ୟ କରାଯାଇଥିଲା। ତେବେ ଏହି କାର୍ଯ୍ୟ ଶେଷ ହେବା ପରେ ଗଣତିମଣତି ସାରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଅଧିକ ପଢନ୍ତୁ: ଚଳିତ ମାସ ଶେଷ ସପ୍ତାହରେ ରାଜ୍ୟସଭା ପାଇଁ ବାଜିବ ନିର୍ବାଚନ ବିଗୁଲ୍; ଓଡିଶାରୁ ଖାଲି ହେବାକୁ ଯାଉଛି ୪ ଆସନ