ନୂଆଦିଲ୍ଲୀ: ୨୦୨୬ ଟି-୨୦ ବିଶ୍ୱକପରେ ଜିମ୍ବାୱେ ଅଷ୍ଟ୍ରେଲିଆକୁ ୨୩ ରନରେ ହରାଇ ସଭିଙ୍କୁ ଚକିତ କରିଛି । ୨୦୦୭ ବିଶ୍ୱକପ ୧୯ ବର୍ଷ ପରେ ଜିମ୍ବାୱେ ପୁଣି ଥରେ ଟି-୨୦ ବିଶ୍ୱକପରେ କଙ୍ଗାରୁ ଦଳକୁ ମାତ୍ ଦେଇଛି । ଭାରତର ମହାନ ବ୍ୟାଟର କ୍ରିକେଟର ସଚିନ ତେନ୍ଦୁଲକର ଜିମ୍ବାୱେର ଏହି ଐତିହାସିକ ବିଜୟ ଉପରେ ପ୍ରତିକ୍ରିୟା ଦେଇଛନ୍ତି । ସେ ବ୍ଲେସିଙ୍ଗ ମୁଜରବାନିଙ୍କ ଖୁବ୍ ପ୍ରଶଂସା କରିଛନ୍ତି। ବ୍ଲେସିଙ୍ଗ ମୋଟ୍ ୪ ୱିକେଟ୍ ନେଇ ଦଳ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି ।
ସଚିନ ତେନ୍ଦୁଲକର ସୋସିଆଲ ମିଡିଆରେ ଖୁସି ପ୍ରକାଶ କରି କହିଛନ୍ତି, ଜିମ୍ବାୱେ ବିଜୟରେ ଏକ ଉଦାହରଣ ସ୍ଥାପିତ କରିଛି । ସେ ବ୍ଲେସିଙ୍ଗ ମୁଜରବାନିଙ୍କ ନାଁକୁ ନେଇ କହିଛନ୍ତି, ସେ ଜିମ୍ବାୱେ ଦଳ ପାଇଁ କୌଣସି ବ୍ଲେସିଙ୍ଗ(ଆଶୀର୍ବାଦ)ଙ୍କ ପରି ରହିଛି ।
ସଚିନ ତେନ୍ଦୁଲକର ଲେଖିଛନ୍ତି, "ଜିମ୍ବାୱେ ପାଇଁ ମହାନ ବିଜୟ। ଅଷ୍ଟ୍ରେଲିଆକୁ ୨୩ ରନରେ ପରାସ୍ତ କରିବା ପ୍ରକୃତରେ ଏକ ସାହସିକ କାର୍ଯ୍ୟ। ନିଶ୍ଚିତ ଭାବରେ, ମୁଜାରାବାନିଙ୍କୁ ଆଶୀର୍ବାଦ କରିବା ଏକ ପ୍ରକୃତ ଆଶୀର୍ବାଦ ଥିଲା। ୪ ୱିକେଟର ଏକ ଚମତ୍କାର ସ୍ପେଲ। ଏହା କି ଏକ ରୋମାଞ୍ଚକର ଟୁର୍ଣ୍ଣାମେଣ୍ଟ ହେବାକୁ ଯାଉଛି।"
ଆଇସିସି ଟି-୨୦ ବିଶ୍ୱକପ୍ ୨୦୨୬ରେ ସବୁଠୁ ବଡ ବିପର୍ଯ୍ୟୟ ଘଟିଛି । ଜିମ୍ବାୱେ ଲିଗ୍ ପର୍ଯ୍ୟାୟରେ ଅଷ୍ଟ୍ରେଲିଆକୁ ୨୩ ରନରେ ହରାଇଛି । କଲୋମ୍ବୋର ପ୍ରେମାଦାସା ଷ୍ଟାଡିୟମରେ ଖେଳା ଯାଇଥିବା ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଜିମ୍ବାୱେ ୨ ୱିକେଟ୍ ହରାଇ ୧୬୯ ରନ କରିଥିଲା । ଜବାବରେ ଅଷ୍ଟ୍ରେଲିଆ ୧୯.୩ ଓଭରରେ ୧୪୬ ରନରେ ଅଲଆଉଟ୍ ହୋଇଛି । ମ୍ୟାଟ୍ ରେନଶଙ୍କ ୬୫ ରନର ସଂଘର୍ଷପୂର୍ଣ୍ଣ ଇନିଂସ କଙ୍ଗାରୁ ଦଳକୁ ପରାଜୟରୁ ବଞ୍ଚାଇ ପାରିନି । ଜିମ୍ବାୱେ ପକ୍ଷରୁ ବ୍ୟାଟିଂରେ ବ୍ରିୟାନ ବେନେଟ୍ ୬୪ ରନର ଇନିଂସ ଖେଳିଥିବା ବେଳେ ବୋଲିଂରେ ବ୍ଲେସିଙ୍ଗ ମୁଜାରାବାନି ୪ ଓ ବ୍ରାଡ ଇଭାନ୍ସ ୩ଟି ୱିକେଟ୍ ନେଇ ଦଳକୁ ଜିତାଇଛନ୍ତି ।
Also read: ଦେବୀ ଆଶୀର୍ବାଦ ଆମ ସହିତ ଅଛି ଏବଂ ବିକଶିତ ଭାରତର ସଂକଳ୍ପ; ସେବା ତୀର୍ଥରେ ପିଏମ ମୋଦୀଙ୍କ ପ୍ରଥମ ସମ୍ବୋଧନ