ଭୁବନେଶ୍ୱର: ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ ହୋଇଛି। ଓଡ଼ିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ୫ ଜଣ ଓଡ଼ିଶା ପ୍ରଶାସନିକ ସେବା (OAS) ଅଧିକାରୀଙ୍କୁ ବଦଳି କରାଯାଇଛି। ଏନେଇ ବିଭାଗ ପକ୍ଷରୁ ଆନୁଷ୍ଠାନିକ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି।
କାହାର କେଉଁଠିକୁ ହେଲା ବଦଳି?
ସରକାରୀ ନିର୍ଦ୍ଦେଶନାମା ଅନୁଯାୟୀ, ଜୁନିୟର ବ୍ରାଞ୍ଚର ୫ ଜଣ OAS ଅଧିକାରୀଙ୍କୁ ନୂଆ ଦାୟିତ୍ୱ ମିଳିଛି:
ସୌମ୍ୟାଶ୍ରୀ ପାଣିଗ୍ରାହୀ: କେନ୍ଦ୍ରାପଡ଼ା ମହାକାଳପଡ଼ାର ପୂର୍ବତନ ବିଡିଓ (BDO) ସୌମ୍ୟାଶ୍ରୀ ପାଣିଗ୍ରାହୀଙ୍କୁ ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଡେପୁଟି କଲେକ୍ଟର ଭାବେ ନିଯୁକ୍ତି ଦିଆଯାଇଛି।
ପ୍ରଦୀପ କୁମାର ସାହୁ: କଟକ ଆଠଗଡ଼ର ପୂର୍ବତନ ବିଡିଓ ପ୍ରଦୀପ କୁମାର ସାହୁଙ୍କୁ ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଡେପୁଟି କଲେକ୍ଟର ଭାବେ ବଦଳି କରାଯାଇଛି।
ସାଜତ ମାର୍କୀ: କେନ୍ଦୁଝର ଚମ୍ପୁଆର ତହସିଲଦାର ଭାବେ କାର୍ଯ୍ୟ କରୁଥିବା ସାଜତ ମାର୍କୀଙ୍କୁ ସମ୍ବଲପୁର କୁଚିଣ୍ଡା ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଡେପୁଟି କଲେକ୍ଟର ଭାବେ ଦାୟିତ୍ୱ ମିଳିଛି।
ଅକ୍ଷୟ କୁମାର ପରିଡ଼ା: କଟକ ତିଗିରିଆର ତହସିଲଦାର ଅକ୍ଷୟ କୁମାର ପରିଡ଼ାଙ୍କୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗକୁ ପଠାଯାଇଛି। ସେ କଟକ ଜିଲ୍ଲା ନିଆଳିର ନୂତନ ବିଡିଓ ଭାବେ କାର୍ଯ୍ୟ କରିବେ।
ଧର୍ମରଞ୍ଜନ ପଣ୍ଡା: ନିଆଳି ବିଡିଓ ଭାବେ କାର୍ଯ୍ୟରତ ଥିବା ଧର୍ମରଞ୍ଜନ ପଣ୍ଡାଙ୍କୁ ପୁଣି ଥରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗକୁ ଫେରାଇ ଅଣାଯାଇଛି। ତାଙ୍କୁ ତିଗିରିଆର ନୂତନ ତହସିଲଦାର ଭାବେ ନିଯୁକ୍ତି ମିଳିଛି।
ଅଧିକ ପଢନ୍ତୁ: ରାଜ୍ୟସଭା ନିର୍ବାଚନକୁ ନେଇ ପ୍ରଭାରୀ ବିଜୟ ପାଲ ସିଂ ତୋମାରଙ୍କ ଦମ୍ଭୋକ୍ତି; କହିଲେ, ନିର୍ବାଚନରେ ବିଜେପି ଦଖଲ କରିବ ୩ ସିଟ୍