ରାଜ୍ୟରେ ଏବେ ଉପରମୁହାଁ ପାରଦ। ଶୁକ୍ରବାର ରାତିରେ ଓଡ଼ିଶାର ଜିଲ୍ଲା ଗୁଡିକରେ ସର୍ବନିମ୍ନ ତାପମାତ୍ରାରେ କୌଣସି ବଡ଼ ପରିବର୍ତ୍ତନ ପରିଲକ୍ଷିତ ହୋଇ ନାହିଁ। ତେବେ, ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲା ଗୁଡିକର ସର୍ବନିମ୍ନ ତାପମାତ୍ରା ସ୍ୱାଭାବିକ ଠାରୁ ପ୍ରାୟ ୩ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ କମ୍ ରହିବ। ଅବଶିଷ୍ଟ ଓଡ଼ିଶାର ରାତି ତାପମାତ୍ରା ସ୍ୱାଭାବିକ୍ ରହିଛି।
ଗୁରୁବାର ରାତିରେ ରାଜ୍ୟର ସର୍ବନିମ୍ନ ରାତି ତାପମାତ୍ରା ଘୁ.ଉଦୟଗିରି ଠାରେ ୭.୬ ଡିଗ୍ରୀ ରେକର୍ଡ଼ ହୋଇଥିବା ବେଳେ ସେମିଳିଗୁଡାରେ ୯.୨ ଡିଗ୍ରୀ, ରାଉରକେଲାରେ ୧୦ ଡିଗ୍ରୀ, ଫୁଲବାଣୀରେ ୧୦.୫ ଡିଗ୍ରୀ,ଝାରସୁଗୁଡାରେ ୧୧.୨ ଡିଗ୍ରୀ ରେକର୍ଡ ହୋଇଛି। କଟକ ଓ ଭୁବନେଶ୍ବରରେ ରାତି ତାପମାତ୍ରା ସ୍ୱାଭାବିକ୍ ଠାରୁ ୧ ରୁ ଦେଢ ଡିଗ୍ରୀ ପର୍ଯ୍ୟନ୍ତ କମ୍ ରହିବ।
ଆସନ୍ତା ୬ ରୁ ୭ ଦିନ ମଧ୍ୟରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ରାଜ୍ୟରେ ଏହି ତାପମାତ୍ରା ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହ ରାଜ୍ୟରେ ଦିନରେ ପାଗ ଶୁଖିଲା ଓ ଖରାଟିଆ ରହିବ। ଆଜି ରାଜଧାନୀ ଓ ଆଖପାଖ ଅଞ୍ଚଳରେ କୁହୁଡି ପଡିପାରେ। ଆକାଶ ମେଘମୁକ୍ତ ରହିବ। ସର୍ବାଧିକ ତାପମାତ୍ରା ୩୪ ଡିଗ୍ରୀ ଓ ସର୍ବନିମ୍ନ ତାପମାତ୍ରା ୧୭ ଡିଗ୍ରୀ ମଧ୍ୟରେ ରହିବ।
ଅଧିକ ପଢନ୍ତୁ: ଦିଲ୍ଲୀରେ ତାପମାତ୍ରା ୨୯ ଡିଗ୍ରୀ ରେକର୍ଡ! ବର୍ଷା ସମ୍ଭାବନା ନେଇ ପାଣିପାଗ ବିଭାଗର ସତର୍କତା ଜାରି