ନୂଆଦିଲ୍ଲୀ: ପ୍ରସିଦ୍ଧ ସଙ୍ଗୀତକାର ଏ.ଆର୍ ରେହମାନ ପୁଣି ଥରେ ଅଡ଼ୁଆରେ ଛନ୍ଦି ହୋଇପଡ଼ିଛନ୍ତି । ରେହମାନଙ୍କ ନାମରେ ସୁପ୍ରିମକୋର୍ଟରେ ମାମଲା ରୁଜୁ ହୋଇଛି । ରେହମାନ ଗୀତ ଚୋରି କରିଥିବାର ଅଭିଯୋଗ ଆଣିଛନ୍ତି ଭାରତୀୟ ଶାସ୍ତ୍ରୀୟ ଗାୟକ ଉସ୍ତାଦ ପୈୟାଜ ବାଲିଉଦ୍ଦୀନ ଡାଗର ।
ଶାସ୍ତ୍ରୀୟ ଗାୟକ ଉସ୍ତାଦ ପୈୟାଜ ୱାସିଫୁଦ୍ଦୀନ ଡାଗର ଅଭିଯୋଗରେ ଦର୍ଶାଇଛନ୍ତି ଯେ ଏ.ଆର୍ ରେହମାନ ମଣି ରତ୍ନମଙ୍କ ବୁହ ପ୍ରତିକ୍ଷୀତ ତାମିଲ ଫିଲ୍ମ ‘ପୋନ୍ନିୟନ୍ ସେଲବନ୍-୨’ର ଗୋଟିଏ ଗୀତ ‘ବୀରା ରାଜା ବୀରା’ର ମ୍ୟୁଜିକ୍ ତାଙ୍କ ପରିବାରର ଏକ ପୁରୁଣା ରଚନା ଅଟେ । ଡାଗର୍ ପରିବାର ଦ୍ୱାରା ରଚିଚ ‘ଶିବ ସ୍ତୁତି’ର କିଛି ଅଂଶ ଅଟେ । ସମ୍ପୂର୍ଣ୍ଣ ଗୀତ ତାଙ୍କର ନୁହେଁ । କିନ୍ତୁ ସେଥିରେ ଯେଉଁ ସୁଲ୍ ତାଳ ଦିଆଯାଇଛି ତାହା ତାଙ୍କ ପରିବାରର ଏକ ସ୍ୱତନ୍ତ୍ର ତାଳ ଅଟେ । ଏହାକୁ ଚୌତାଲରେ ଗାଇବାକୁ ପଡ଼େ । ଯାହାକୁ ୮୦୦ ବର୍ଷ ତଳେ ଅମୀର ଖୁସରୋ ବନାଇଥିଲେ । କିନ୍ତୁ ଡାଗର ଶୈଳୀରେ ସୁଲ୍ ତାଲରେ ଗାଇବାକୁ ପଡ଼େ ।
ଏହି ମାମଲା ଶୁଣାଣି କରି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ ଏବଂ ବିଚାରପତି ଜୟମାଲ୍ୟ ବାଗଚିଙ୍କ ଖଣ୍ଡପୀଠ କହିଛନ୍ତି ଯେ ଡାଗର ବାଣୀକୁ କୌଣସି ପରିଚୟର ଆବଶ୍ୟକତା ନାହିଁ । ସମଗ୍ର ବିଶ୍ୱ ଡାଗର୍ ପରିବାର ଏବଂ ଧ୍ରୁପଦ ସଙ୍ଗୀତକୁ ଜାଣିଛନ୍ତି । ତାଙ୍କର ପୀଢ଼ି ପରେ ପୀଢ଼ି ଗୋଟିଏ ଗୋଟିଏ ଉଚ୍ଚ କୋଟୀର କଳାକାର ଅଟନ୍ତି । ରେହମାନଙ୍କୁ କହିଥିଲେ ଆପଣ ମଧ୍ୟ ଜଣେ ପ୍ରସିଦ୍ଧ ସଙ୍ଗୀତକାର । ବିଚାରପତି ବାଗଚି କହିଥିଲେ ଯେ ଏହି ଗୀତର ଲେଖକ କିଏ । ଖାଲି ଗୀତ ଗାଇଦେଲେ ଜଣେ ଲେଖକ ହୋଇଯିବେନି । ଏହି ସଙ୍ଗୀତର ଧୁନ୍ ଆଉ କାହା ପାଖରେ ନାହିଁ ବୋଲି ପ୍ରଥମେ ପ୍ରମାଣ କରିବାକୁ ଡାଗରଙ୍କୁ କହିଥିଲେ । ଆପଣ ସ୍ୱୀକାର କରି ନେଇଛନ୍ତି ଯେ ପ୍ରତିପକ୍ଷ ଡାରଗ୍ ପରମ୍ପରାର ଗୋଟିଏ ଅଂଶ । ପ୍ରଧାନ ବିଚାରପତି ପଚାରିଲେ, 'ଯଦି ଡାଗର ପରିବାର ଭାରତୀୟ ସଙ୍ଗୀତରେ ଏତେ ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଇ ନଥାନ୍ତେ, ତେବେ କ'ଣ ଆଜିର ଆଧୁନିକ ଗାୟକମାନେ ବଜାରରେ ତିଷ୍ଠି ରହିପାରିଥାନ୍ତେ?
ରେହମାନଙ୍କ ପକ୍ଷରୁ ମାମଲାର ଲଢ଼ୁଥିବା ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଂଘଭି ବିଚାରପତିଙ୍କୁ କହିଥିଲେ ଯେ ସେ କୌଣସି ଅଧିକାର ଉପରେ ଦାବି କରୁନାହାଁନ୍ତି । କିନ୍ତୁ ଯେତେବେଳେ ତାଙ୍କ ମହକିଲ ରେହମାନ କିଛି କରନ୍ତି ସେତେବେଳେ ସେ ଦାବି କରନ୍ତି । ଜଷ୍ଟିସ୍ ବାଗଚି କହିଥିଲେ, 'ରହମାନ ପାରମ୍ପରିକ ଶାସ୍ତ୍ରୀୟ ସଙ୍ଗୀତର ଜଣେ ଭକ୍ତ । ସିଂଘଭି କହିଥିଲେ, 'ସେ ଗୋଟିଏ ଫିଲ୍ମରେ ଏପରି ସ୍ୱର ବ୍ୟବହାର କରିଛି, ଅନ୍ୟ କୌଣସି ଫିଲ୍ମରେ ନୁହେଁ।' ପ୍ରଧାନ ବିଚାରପତି କହିଥିଲେ, 'ଏହା ଏପରି ମାମଲା ନୁହେଁ ଯେଉଁଠାରେ ବିଚାରପତିଙ୍କୁ ନିବୃତ୍ତ ରହିବା ଉଚିତ୍ ଥିଲା। ଏହା ସମ୍ମାନିତ ସଂଗୀତଜ୍ଞଙ୍କ ମାମଲା।'
ଜଷ୍ଟିସ୍ ବାଗଚି କହିଥିଲେ କି ରେହମାନ ପାରମ୍ପରିକ ଶାସ୍ତ୍ରୀୟ ସଙ୍ଗୀତର ଜଣେ ଭକ୍ତ। ସିଂଘଭି କହିଥିଲେ ଯେ ସେ ଗୋଟିଏ ଫିଲ୍ମରେ ଏପରି ସ୍ୱର ବ୍ୟବହାର କରିଛନ୍ତି, ଅନ୍ୟ କୌଣସି ଫିଲ୍ମରେ ନୁହେଁ। ମୁଖ୍ୟ ବିଚାରପତି କହିଥିଲେ, 'ଏହା ଏପରି ମାମଲା ନୁହେଁ ଯେଉଁଠାରେ ବିଚାରପତିଙ୍କୁ ନିବୃତ୍ତ ରହିବା ଉଚିତ୍ ଥିଲା। ଏହା ସମ୍ମାନିତ ସଂଗୀତଜ୍ଞଙ୍କ ମାମଲା।' ରେହମାନଙ୍କ ଓକିଲ ପରବର୍ତ୍ତୀ ଶୁଣାଣି ପାଇଁ ରେହମାନଙ୍କଠାରୁ ନିର୍ଦ୍ଦେଶ ନେବା ପାଇଁ ଶୁଣାଣି ସ୍ଥଗିତ ରଖିବାକୁ ଅନୁରୋଧ କରିଥିଲେ । ଆସନ୍ତା ଶୁକ୍ରବାର ଅର୍ଥାତ୍ ୨୦ଫେବ୍ରୁଆରୀ ପର୍ଯ୍ୟନ୍ତ ମାମଲା ସ୍ଥଗିତ ରଖାଯାଇଛି ।
ଉସ୍ତାଦ ଫୈୟାଜ ଡାଗର ଦିଲ୍ଲୀ ହାଇକୋର୍ଟର ଆଦେଶକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ଦିଲ୍ଲୀ ହାଇକୋର୍ଟ ପୂର୍ବ ଆଦେଶକୁ ରଦ୍ଦ କରିଛନ୍ତି । ସେ ଅଭିଯୋଗ କରିଥିଲେ ଯେ ତାଙ୍କ "ଶିବ ସ୍ତୁତି" ରଚନା "ବୀରା ରାଜା ବୀରା" ରେ ଥିବା କିଛି ନୋଟକୁ ଦରବାରି କାନ୍ହାଡ ସହିତ ସଦୃଶ କରିବା ପାଇଁ ପରିବର୍ତ୍ତନ କରାଯାଇଛି, ଯାହା କପିରାଇଟ୍ ଉଲ୍ଲଂଘନ। ରେହମାନଙ୍କ ଟିମଙ୍କ ଦୁଇ ଜଣ କଳାକାର ଅଛନ୍ତି ଯେଉଁମାନେ ଉତ୍ସାଦ ୱାସିଫୁଦ୍ଦୀନ ଡାଗରଙ୍କ ପୂର୍ବତନ ଛାତ୍ର ଅଟନ୍ତି । ଯେଉଁମାନେ ଏଭଳି ରଚନା ଏବଂ ଗୀତର ପୋଖତ କଳାକାର ଅଟନ୍ତି । ତେଣୁ ଉସ୍ତାଦ ଡାଗର୍ କହିଛନ୍ତି ଯେ କୌଣସି ପୁସ୍ତକରେ କେବଳ ନାଁ ଲେଖିଦେଲେ ସେ ଲେଖକ ହୋଇଯିବେନି ।