ଭଦ୍ରକ: ପୁଣି ଭଦ୍ରକ ପୋଲିସକୁ ଲୁଟେରାଙ୍କ ଖୋଲା ଚ୍ୟାଲେଞ୍ଚ। ଟାଉନଥାନା ଛକ ନିକଟରୁ ମହିଳାଙ୍କ ବେକରୁ ଝାମ୍ପି ନେଲେ ଦେଢ଼ ଭରିର ସୁନା ଚେନ। ଅଫିସରୁ ଫେରି ଭଦ୍ରକ ଥାନା ଛକ ନିକଟରେ ରାସ୍ତାରେ ଚାଲି ଚାଲି ଯାଉଥିବା ବେଳେ ମହିଳାଙ୍କ ବେକରୁ ସୁନା ଚେନ ଝାମ୍ପି ନେଇଛନ୍ତି ଦୁର୍ବୃତ୍ତ। ଲୁଟର ଶିକାର ହୋଇଥିବା ମହିଳା ଜଣକ ହେଲେ ରଶ୍ମିତା ନାୟକ।
୨ ଜଣ ଲୁଟେରା ଏକ ମଟର ସାଇକେଲରେ ଆସି ତାଙ୍କ ବେକରୁ ଚେନ ଝାମ୍ପି ନେଇଥିବା ସେ ଅଭିଯୋଗ କରିଛନ୍ତି। ଚୋରି ହୋଇଥିବା ଚେନର ମୂଲ୍ୟ ଲକ୍ଷାଧିକ ଟଙ୍କା ହୋଇଥିବା ବେଳେ ଘଟଣା ସ୍ଥଳରେ ଟାଉନ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ଅଧିକ ପଢନ୍ତୁ: ମହାଶିବରାତ୍ରି ପାଇଁ ଲିଙ୍ଗରାଜ ମନ୍ଦିରକୁ ଆସିବେ ଲକ୍ଷାଧିକ ଶ୍ରଦ୍ଧାଳୁ; ଟ୍ରାଫିକ କଟକଣା ଜାରି କଲା କମିଶନରେଟ୍ ପୋଲିସ