ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନକୁ ବୋମା ଧମକ ମିଳିଛି । ଶନିବାର ସକାଳୁ ସିଲଂ ଯାଉଥିବା ଇଣ୍ଡିଗୋ ବିମାନକୁ ବୋମା ଧମକ ମିଳିବା ପରେ କୋଲକାତାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନବନ୍ଦରରେ ଆତଙ୍କ ଖେଳି ଯାଇଛି । ପରେ ବିମାନରେ ଯାଞ୍ଚ ଚାଲିଛି ।
ବିମାନ ବନ୍ଦର ନିର୍ଦ୍ଦେଶକଙ୍କ ସୂଚନା ମୁତାବକ, ଆଜି ସକାଳ ୯ଟା ୧୫ ମିନିଟ୍ ସମୟରେ ରେ ଇଣ୍ଡିଗୋ ବିମାନ (6E3074) କୋଲକାତାରୁ ସିଲଂ ଅଭିମୁଖେ ଉଡ଼ାଣ ଭରିବାକୁ ପ୍ରସ୍ତୁତ ଥିଲା। ଏହି ସମୟରେ, ବିମାନର ଶୌଚାଳୟ ବଗିରେ କ୍ରୁ ସଦସ୍ୟମାନେ ଏକ ସନ୍ଦେହଜନକ କାଗଜ ଖଣ୍ଡ ପାଇଲେ, ଯେଉଁଥିରେ 'ବିମାନ ଭିତରେ ବୋମା ଥିବା' ଲେଖାଯାଇଥିଲା। ଏହା ପରେ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନବନ୍ଦରର ସୁରକ୍ଷା କର୍ମୀମାନେ ଇଣ୍ଡିଗୋ ବିମାନ ଯାଞ୍ଚ ଆରମ୍ଭ କରିଥିଲେ। ବିମାନକୁ ଏକ ଆଇସୋଲେସନ ୱେକୁ ନିଆଯାଇଥିଲା । କରାଯାଇଛି। ତୁରନ୍ତ ଯାତ୍ରୀମାନଙ୍କୁ ବିମାନରୁ ଓହ୍ଲାଇ ଦିଆଯାଇ ଯାଞ୍ଚ କରାଯାଇଛି । ବୋମା ନିଷ୍କ୍ରିୟକାରୀ ଦଳ ଏବଂ ଡଗ୍ ସ୍କ୍ୱାର୍ଡ ପହଁଚି ଯାଞ୍ଚ କରିଛନ୍ତି ।
ତେବେ ବିମାନରୁ କୌଣସି ସନ୍ଦିଗ୍ଧ ଜିନିଷ ମିଳିନଥିବା ଜଣାପଡ଼ିଛି । ଏହା ଏକ ମିଥ୍ୟା ଧମକ ଥିବା ସନ୍ଦେହ କରାଯାଉଛି । କିନ୍ତୁ ଏ ନେଇ ଆନୁଷ୍ଠାନିକଭାବେ କୌଣସି ସୂଚନା ପ୍ରଦାନ କରାଯାଇ ନାହିଁ ।