ଭୁବନେଶ୍ୱର: ଭୁବନେଶ୍ୱରର ଶ୍ରୀଲିଙ୍ଗରାଜ ମନ୍ଦିର ନିକଟରେ ଥିବା ବିନ୍ଦୁସାଗର ପୁଷ୍କରିଣୀ ହେବ ଐତିହ୍ୟ ହ୍ରଦ । ଏ ନେଇ ସୂଚନା ଦେଇଛନ୍ତି ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।
ମନ୍ତ୍ରୀ କହିଛନ୍ତି ଯେ । ୨୦୨୬-୨୭ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଏକାମ୍ର ହେରିଟେଜ୍ ପ୍ରକଳ୍ପ କାମ ଶେଷ ହେବ । ସେଥିରେ ନୂଆ ପ୍ରକଳ୍ପ ଯୋଡ଼ା ଯାଇଛି । ନୂଆ କରି ଏକ ଇଣ୍ଟରପ୍ରିଟେସନ୍ ସେଣ୍ଟର କରାଯିବାର ପ୍ରସ୍ତାବ ରହିଛି । ପାର୍କିଂ ଶେଷରେ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଏକ ବିରାଟ ପ୍ରତିମୂର୍ତ୍ତି ନିର୍ମାଣ ହେବ । ଦ୍ୱିତୀୟରେ ବିନ୍ଦୁ ସାଗର ପୁଷ୍କରିଣୀର ପାରିପାର୍ଶ୍ୱିକର ଉନ୍ନତି କରଣ । ବିନ୍ଦୁସାଗର ପୁଷ୍କରିଣୀକୁ ହେରିଟେଜ୍ ହ୍ରଦରେ ପରିଣତ କରାଯିବ । ଯେଉଁ ପୁରୁଣା ଏଜେନ୍ସି କାମ ନ କରିବାରୁ ନୂଆ ଏଜେନ୍ସି କାମ କରିବ । ୨ଟି ନୂଆ ପ୍ରକଳ୍ପ ମିଶିଛି ସେଥିପାଇଁ ବଜେଟ ଆହୁରି ବଢିବ । ଅତିରିକ୍ତ କାମ ପାଇଁ ବଜେଟର କିଛି ଅସୁବିଧା ହେବନି ବୋଲି ଆଇନମନ୍ତ୍ରୀ କହିଛନ୍ତି ।
ଆଇନମନ୍ତ୍ରୀ ଆଜି ଜାଗର ଅବସରରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ କରିଛନ୍ତି । ନୀତିକାନ୍ତି ଶାନ୍ତି ଶୃଙ୍ଖଳାର ସହିତ ଚାଲିଛି । ନିର୍ଦ୍ଧାରିତ ସମୟ ଅନୁସାରେ ମହାଦୀପ ଉଠିବା ନେଇ ସେ ଆଶା ରଖିଛନ୍ତି ।