ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ମାଥାନି ପେଗରପଡା ନିକଟରେ ଏକ ଅଘଟଣ ଘଟିଯାଇଛି । ଭାରସାମ୍ୟ ହରାଇ ଜାତୀୟ ରାଜପଥରୁ ୧୫ ଫୁଟ ତଳକୁ ଏକ ଅଦା ବୋଝେଇ ଟ୍ରକ ଖସିପଡିଛି । ଯାହା ଫଳରେ ଡ୍ରାଇଭର ଓ ହେଲ୍ପର ଅଳ୍ପକେ ବର୍ତ୍ତି ଯାଇଛନ୍ତି ।
ସୂଚନା ଅନୁସାରେ, ଟ୍ରକଟି ୬୦ ନମ୍ବର ଜାତୀୟ ରାଜପଥରେ ଆସାମରୁ ବିଶାଖାପାଟଣା ଅଭିମୁଖେ ଅଦା ବୋଝେଇ କରି ଯାଉଥିଲା । ଏହି ସମୟରେ ଘନ କୁହୁଡି ଯୋଗୁଁ ଟ୍ରକଟି ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସିପଡିଥିଲା । ଯାହା ଫଳରେ ଗାଡିର ଇଂଜିନ ନଦୀରେ ବୁଡି ରହିଥିବା ବେଳେ ସ୍ଥାନୀୟ ଲୋକଙ୍କ ଉଦ୍ୟମ କ୍ରମେ ଡ୍ରାଇଭର ଆଉ ହେଲପର ଅଳ୍ପକେ ରକ୍ଷା ପାଇଯାଇଛନ୍ତି । ତେବେ ଏନେଇ ଖବର ପାଇ ବସ୍ତା ପୋଲିସ ଘଟଣା ସ୍ଥଳରରେ ପହଞ୍ଚି ଟ୍ରକକୁ ଜବତ କରିବା ସହ ଘଟଣା ସ୍ଥଳରେ ଅଧିକ ତଦନ୍ତ ଜାରି ରଖିଛନ୍ତି ।