ଭୁବନେଶ୍ୱର: କାଲି ଠାରୁ କମ୍ପିବ ବିଧାନସଭା। ଆରମ୍ଭ ହେବ ବିଧାନସଭାର ବଜେଟ୍ ଅଧିବେଶନ। ତା ପୂର୍ବରୁ ଆଜି ଆରମ୍ଭ ବସିଛି ସର୍ବଦଳୀୟ ବୈଠକ। ଓଡ଼ିଶା ବିଧାନସଭାର ଆଗାମୀ ଅଧିବେଶନକୁ ସୁରୁଖୁରୁରେ ଚଳାଇବା ପାଇଁ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ଏହି ଅନୁଷ୍ଠିତ ହୋଇଛି। ବିଧାନସଭା ପରିସରରେ ବାଚସ୍ପତି ସୁରମା ପାଢ଼ୀ ଏହାର ଅଧ୍ୟକ୍ଷତା କରୁଛନ୍ତି। ଗୃହ ସୁରଖୁରରେ ଚଲାଇବା ପାଇଁ ସବୁ ଦଳର ସହଯୋଗ ଲୋଡିଛନ୍ତି ବାଚସ୍ପତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ବି ବୈଠକରେ ଉପସ୍ଥିତ ଅଛନ୍ତି। ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଓ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ଉପସ୍ଥିତ। ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନ ଓ ବିଧାୟକ ଜୟନାରାୟଣ ମିଶ୍ର ମଧ୍ୟ ଉପସ୍ଥିତ ଅଛନ୍ତି ।
ସେହିଭଳି ବିଧାନସଭା ଅଧିବେଶନ ପାଇଁ ସବୁ ଦଳ ଆଜି ରଣନୀତି ପ୍ରସ୍ତୁତ କରିବେ। ଆଜି ସନ୍ଧ୍ୟାରେ ବିଜେଡି, ବିଜେପି ଓ କଂଗ୍ରେସ ବିଧାୟକ ଦଳ ବୈଠକ ବସି ରଣନୀତି ଚୂଡାନ୍ତ କରିବେ। ବିରୋଧୀ-ଶାସକ ବିଧାନସଭାରେ କେଉଁ କେଉଁ ପ୍ରସଙ୍ଗ ଉଠାଇବେ ତାହା ଆଜି ବିଧାୟକ ଦଳ ବୈଠକରେ ଚୂଡାନ୍ତ ହେବ। ବଜେଟ୍ ଅଧିବେଶନ ଫେବ୍ରୁଆରି ୧୭ ରୁ ଆରମ୍ଭ ହୋଇ ଏପ୍ରିଲ ୮ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରଥମ ଦିନ ରାଜ୍ୟପାଳଙ୍କ ଅଭିଭାଷଣରୁ ବଜେଟ୍ ଅଧିବେଶନ ଆରମ୍ଭ ହେବ। ୨୦ରେ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ୍ ଚରଣ ମାଝୀ ବଜେଟ୍ ଉପସ୍ଥାପନ କରିବେ।
ଅଧିକ ପଢନ୍ତୁ: ଜାତିପ୍ରଥା ପରମ୍ପରାରେ ପଡିଲା ପୂର୍ଣ୍ଣଛେଦ; ଦୀର୍ଘ ୩ ମାସ ପରେ ଅଙ୍ଗନବାଡି କେନ୍ଦ୍ରରେ ପହଁଚିଲେ ପିଲା