ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ସ୍ୱତନ୍ତ୍ର ଭୋଟର ତାଲିକା ପୁନଃ ନିରୀକ୍ଷଣ(SIR) ପ୍ରସଙ୍ଗ ସୁପ୍ରିମକୋର୍ଟରେ ପହଞ୍ଚିଛି । ଏଥର ଯାଚିକା ଦାଖଲ କରାଯାଇ ସାର ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଯାଇଛି । ଏହା ଉପରେ ପ୍ରଧାନ ବିଚାରପତି(ସିଜେଆଇ) ସୂର୍ଯ୍ୟକାନ୍ତ ଗଭୀର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଖାସ୍ କଥା ସାର ପ୍ରସଙ୍ଗକୁ ନେଇ ପଶ୍ଚିମବଙ୍ଗର ତୃଣମୂଳ ସରକାର ଓ ଭାରତୀୟ ନିର୍ବାଚନ ଆୟୋଗ(ଇସିଆଇ) ମଧ୍ୟରେ ସଂଘର୍ଷ ଜାରି ରହିଛି ।
ବାର ଆଣ୍ଡ ବେଞ୍ଚ ଅନୁସାରେ, ମହମ୍ମଦ ଜିମଫରହାଦ ନୋବାଜ ଯାଚିକା ଦାଖଲ କରିଥିଲେ । ସେ ପଶ୍ଚିମବଙ୍ଗରେ ସାର ପ୍ରକ୍ରିୟାରେ ଲଜିକଲ ଡିସ୍କ୍ରିପେନ୍ସି ତାଲିକାର ବ୍ୟବହାରକୁ ଚ୍ୟାଲେଞ୍ଜ କରିଛନ୍ତି । ଏହା ଉପରେ ସିଜେଆଇ କହୀଛନ୍ତି, ଆର୍ଟିକିଲ ୩୨ରେ ଆପଣ ଚାହାନ୍ତି, ଆମେ ଏହା ସ୍ଥିର କରିବୁ ଯେ, ଆପଣ ମତା, ପିତା ଓ ସଂପର୍କୀୟ କିଏ । ଏହି ଯାଚିକା ଧାରା ୩୨କୁ ପରିହାସ କରୁଛି ।
ପିଟିଆଇ ଭାଷା ଅନୁସାରେ, ଶନିବାର ଜଣେ ଅଧିକାରୀ ସୂଚନା ଦେଇଥିଲେ ଯେ, ଫେବୃଆରୀ ୨୮ରେ ଅନ୍ତିମ ଭୋଟର ତାଲିକା ପ୍ରକାଶିତ କରାଯିବ । ଯାହା କିଛି ବି ତ୍ରୁଟି କିମ୍ବା ଆପତ୍ତି ଅଭିଯୋଗ ଉପରେ ଶୁଣାଣି ଡିସେମ୍ବର ୨୭ରୁ ଆରମ୍ଭ ହୋଇଛି । ପୂରା ରାଜ୍ୟରେ ବିଦ୍ୟାଳୟ, କ୍ଲବ ଗୃହ ଓ ପ୍ରଶାସନିକ ଭବନରେ ଲଗାଯାଇଥିବା ଶିବିରରେ ଶୁଣାଣି ହୋଇଛି । ଏହା ଫେବୃଆରୀ ୨୧ ପର୍ଯ୍ୟନ୍ତ ଜାରି ରହିବ । ଏହା ପରେ ଚୂଡାନ୍ତ ଭୋଟର ତାଲିକା ଫେବୃଆରୀ ୨୮ରେ ପ୍ରକାଶ ପାଇବ ।
ଅଧିକାରୀ କହିଛନ୍ତି, ସହାୟକ ନିର୍ବାଚନ ପଞ୍ଜିକରଣ ଅଧିକାରୀଙ୍କ ପାଖରେ ଥିବା ଯେ କୌଣସି ଦସ୍ତାବିଜ ସୋମବାର ସୁଦ୍ଧା ଅପଲୋଡ ହୋଇଯିବା ଉଚିତ୍ । ଏସଆଇଆର ପ୍ରକ୍ରିୟା ସମୟରେ ପ୍ରାୟ ୫୮ ଲକ୍ଷ ନାଁ ତାଲିକାରୁ ହଟାଯାଇଛି । ଅନ୍ତିମ ଭୋଟର ତାଲିକା ପ୍ରକାଶନର ଶେଷ ତାରିଖ ଫେବୃଆରୀ ୧୪ ଥିଲା । ମାତ୍ର ଇସିଆଇ ଏହାକୁ ଫେବୃଆରୀ ୨୮କୁ ବୃଦ୍ଧି କରିଛନ୍ତି ।
Also read: ବିଶ୍ୱ ଜାଣିବ ଆମର ସାମର୍ଥ୍ୟ: ପ୍ରଧାନମନ୍ତ୍ରୀ ମୋଦୀ