ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ୍ ୨୦୨୬ରେ ଯଦି ଅଷ୍ଟ୍ରେଲିଆ ଦଳ ସୁପର ୮ରେ ପ୍ରବେଶ ନ କରି ପାରେ, ତେବେ ଆଶ୍ଚର୍ଯ୍ୟ ହେବେ ନାହିଁ । କାରଣ ଏମିତି ହିଁ ସମୀକରଣ ସୃଷ୍ଟି ହୋଇଛି । ଅଷ୍ଟ୍ରେଲିଆ ି ବାକି ଦୁଇଟି ମ୍ୟାଚ୍ ଜିତିଲେ ମଧ୍ୟ ଟୁର୍ଣ୍ଣାମେଣ୍ଟରୁ ବିଦା ହୋଇପାରେ । ଅଷ୍ଟ୍ରେଲିଆ ଦଳ ଗ୍ରୁପ ବିରେ ରହିଛି । ଏହି ଗ୍ରୁପରୁ ଏ ପର୍ଯ୍ୟନ୍ତ କୌଣସି ଦଳ ସୁପର-୮ରେ ପ୍ରବେଶ କରି ପାରି ନାହାନ୍ତି । ଏହି ଗ୍ରୁପରେ ଥିବା ୫ଟି ଟିମରୁ ଗୋଟିଏ ଟିମ୍ ଏଲିମିନେଟ୍ ହୋଇ ସାରିଛି । ତେବେ ଚାଲନ୍ତୁ ଜାଣିବା ଅଷ୍ଟ୍ରେଲିଆ ପାଇଁ ସୁପର-୮ରେ ପହଞ୍ଚିବା କାହିଁକି ମୁସ୍କିଲ ।
ଅଷ୍ଟ୍ରେଲିଆ ଏ ପର୍ଯ୍ୟନ୍ତ ଦୁଇଟି ମ୍ୟାଚ୍ ଖେଳି ଗୋଟିଏରେ ଆୟରଲାଣ୍ଡକୁ ୬୭ ରନରେ ହରାଇଥିବା ବେଳେ ଅନ୍ୟଟିରେ ଜିମ୍ବାେଓ ନିକଟରୁ ୨୩ ରନରେ ହାରିଛି । ଏବେ ଦଳ ହାତରେ ଦୁଇଟି ମ୍ୟାଚ୍ ରହିଛି । ମାତ୍ର ଗ୍ରୁପ ବିରେ ବର୍ତ୍ତମାନ ସ୍ଥିତି ଦେଖିଲେ କଙ୍ଗାରୁ ଦଳ ଦୁଇଟି ମ୍ୟାଚ୍ ଜିତିଲେ ବି ସୁପର-୮ରେ ପ୍ରବେଶ କରିବା ମୁସ୍କିଲ ହେବ । ଏହାର କାରଣ ଆଉ ଦୁଇଟି ଦଳ ୬-୬ ପଏଣ୍ଟରେ ପହଞ୍ଚି ପାରନ୍ତି ।
ଅଷ୍ଟ୍ରେଲିଆ ଆଜି ତୃତୀୟ ମ୍ୟାଚରେ ଶ୍ରୀଲଙ୍କାକୁ ଭେଟିବ । ଯଦି ଆଜି ଶ୍ରୀଲଙ୍କା ଜିିତିଯାଏ ତେବେ ସୁପର-୮ରେ ପହଞ୍ଚିବ । କାରଣ ଶ୍ରୀଲଙ୍କାର ପଏଣ୍ଟ ୬ ହୋଇଯିବ । ଏହା ପରେ ଗୋଟିଏ ଟିମ୍ ୬ କିମ୍ବା ଅଧିକ ପଏଣ୍ଟ ହାସଲ କରି ପାରେ । ଯଦି ଅଷ୍ଟ୍ରେଲିଆ ଆଜି ଶ୍ରୀଲଙ୍କାକୁ ପରାସ୍ତ କରେ ତେବେ ଶ୍ରୀଲଙ୍କା ଟିମ୍ ବାଦ୍ ନ ପଡିଲେ ବି ଅଷ୍ଟ୍ରେଲିଆର ସ୍ଥିତି ମଜବୁତ ହେବ । ଏହା ପରେ ଓମାନ ବିପକ୍ଷରେ ଅଷ୍ଟ୍ରେଲିଆ ଜିତିବାକୁ ପଡିବ । ଏମିତି ହେଲେ କଙ୍ଗାରୁ ଦଳ ୬ ପଏଣ୍ଟ ହାସଲ କରିବ ।
ଏମିତିରେ ଜିମ୍ବାୱେ ଟିମ୍ ଆୟରଲାଣ୍ଡକୁ ହରାଇଦିଏ ଏବଂ ଶ୍ରୀଲଙ୍କାଠୁ ଶେଷ ଲିଗରେ ହାରିଯାଏ ତେବେ ଏମିତି ସ୍ଥିତିରେ ତିନି ଦଳ ଅଷ୍ଟ୍ରେଲିଆ, ଶ୍ରୀଲଙ୍କା ଓ ଜିମ୍ବାୱେର ପଏଣ୍ଟ ୬-୬ ରହିବ । ଏମିତି ସ୍ଥିତିରେ ନେଟ୍ ରନ ରେଟ୍ ଉନ୍ନତ ଥିବା ଦଳ ସୁପର-୮ରେ ପହଞ୍ଚିବ । ବର୍ତ୍ତମାନ ପଏଣ୍ଟ ଟେବୁଲ ଦେଖିଲେ ଶ୍ରୀଲଙ୍କା ଓ ଜିମ୍ବାୱେର ନେଟ୍ ରନ ରେଟ୍ ଅଷ୍ଟ୍ରେଲିଆଠୁ ଉନ୍ନତ ଅଛି । ଅଷ୍ଟ୍ରେଲିଆ ଦଳ ବଡ ବ୍ୟବଧାନରେ ଜିତିଲେ ହିଁ ତାର ନେଟ୍ ରନ ରେଟ୍ ଭଲ ରହିବ ।
Also read: ଏଥର ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଦେବେନି ବୈଭବ ସୂର୍ଯ୍ୟବଂଶୀ, ଜାଣନ୍ତୁ କାରଣ