ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ରତ୍ନଭଣ୍ଡାର ବୈଠକ ଆରମ୍ଭ ହୋଇଛି। ଲୋକସେବା ଭବନ ତୃତୀୟ ମହଲାରେ ବୈଠକ ବସିଛି। ଏହି ବୈଠକରେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ମୁଖ୍ୟ ଶାସନ ସଚିବ ଅନୁଗର୍ଗ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ପ୍ରମୁଖ ଉପସ୍ଥିତ ରହିଛନ୍ତି। ବୈଠକରେ ରତ୍ନଭଣ୍ଡାର ଗଣତି ମଣତି ଏସଓପି ଉପରେ ମୋହର ଲାଗିପାରେ।
କେବେ ରତ୍ନଭଣ୍ଡାର ଗଣତି ମଣତି ହେବ ସେନେଇ ତାରିଖ ଚୂଡ଼ାନ୍ତ ହୋଇପାରେ ବୋଲି ଆଶଙ୍କା କରାଯାଉଛି। କିଛି ସମୟ ପୂର୍ବରୁ ଆଇନ ମନ୍ତ୍ରୀ ମଧ୍ୟ ବୈଠକ ନେଇଥିଲେ। ରତ୍ନଭଣ୍ଡାର ଚାବି ହଜିବା ନେଇ ହାଇକୋର୍ଟରେ ହୋଇଥିବା ଜନସ୍ୱାର୍ଥ ମାମଲାରେ ରାୟ ଦେଇ ଉଚ୍ଚ ନ୍ୟାୟାଳୟ କହିଛନ୍ତି- ଦିନ ନଗଡ଼ାଇ ସରକାର ତତ୍ପରତା ଦେଖାନ୍ତୁ। ଆସନ୍ତା ୩ ମାସ ଭିତରେ ମହାପ୍ରଭୁଙ୍କ ସମସ୍ତ ରତ୍ନଅଳଙ୍କାର ଗଣତି ମଣତି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଏଥିସହ ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ମଧ୍ୟ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଅଧିକ ପଢନ୍ତୁ: ରତ୍ନଭଣ୍ଡାର ଗଣତି ମଣତି ପ୍ରସଙ୍ଗ; ୩ ମାସରେ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ