ବିଶାଲ ଭରଦ୍ୱାଜଙ୍କ ନିର୍ଦ୍ଦେଶିତ ଏବଂ ଶାହିଦ କପୁର ଓ ତୃପ୍ତି ଡିମରି ଅଭିନୀତ "ଓ'ରୋମିଓ" ବକ୍ସ ଅଫିସରେ କରିପାରୁନି ଭଲ ପ୍ରଦର୍ଶନ। କିଛି ଦର୍ଶକଙ୍କୁ ସିନେମାଟି ପସନ୍ଦ ଆସୁଥିବା ବେଳେ ଅନ୍ୟ କିଛି ଦର୍ଶକଙ୍କ ମନକୁ "ଓ'ରୋମିଓ" ଛୁଇଁ ପାରିନି। ତେବେ ଭାଲେଣ୍ଟାଇନ୍ସ ଡେ'ରେ, ଫିଲ୍ମଟି ବକ୍ସ ଅଫିସରେ ଭଲ ଆୟ କରିଥିଲା। କିନ୍ତୁ ତୃତୀୟ ଦିନରେ ଏହାର ଆୟ ପ୍ରାୟ ୩୦ ପ୍ରତିଶତକୁ ହ୍ରାସ ପାଇଛି।
ଆସନ୍ତୁ ଜାଣିବା " ଓ' ରୋମିଓ " କେତେ କରିଛି ଆୟ ?
"ଓ' ରୋମିଓ" ସିନେମାଟି ୧୫୦ କୋଟି ଟଙ୍କା ବଜେଟରେ ନିର୍ମାଣ କରାଯାଇଛି। ବିଶାଲ ଭରଦ୍ୱାଜଙ୍କ ନିର୍ଦେଶନାରେ ସିନେମାରେ ଭରପୁର ରୋମାନ୍ସ ଏବଂ ଆକ୍ସନ ଭରି ରହିଛି। ଏଥିରେ ମୁଖ୍ୟ ଭୂମିକାରେ ଅଭିନେତା ଶାହିଦ କପୁର ଏବଂ ଅଭିନେତ୍ରୀ ତୃପ୍ତି ଡିମରି ଅଭିନୟ କରୁଛନ୍ତି। ତେଣୁ ସିନେମାକୁ ନେଇ ଦର୍ଶକମାନେ ବେଶ ଉତ୍ସାହିତ ଥିଲେ। ପ୍ରଥମ ଦିନରେ "ଓ' ରୋମିଓ" ବକ୍ସ ଅଫିସରେ ଭଲ ରୋଜଗାର କରିଥିଲା। ହେଲେ ଯେତେ ଦିନ ଗଡ଼ୁଚି ଦର୍ଶକଙ୍କର ରୁଚି ମଧ୍ୟ ସିନେମାକୁ ନେଇ କମିବାରେ ଲାଗିଛି।
ରିଲିଜର ୪ ଦିନରେ ଭାରତୀୟ ବକ୍ସ ଅଫିସରେ ଏହା ୩୭ କୋଟି ଆୟ କରିଛି। ଯାହା ଖର୍ଚ୍ଚର ଏକ ଚତୁର୍ଥାଂଶ ପୂରଣ ହୋଇଛି। ତେବେ ଏହା ସାହିଦଙ୍କର ଏତେ ମହଙ୍ଗା ଫିଲ୍ମ ହୋଇ ମଧ୍ୟ ଏତେ ବିଶେଷ ପ୍ରଭାବଶାଳୀ ହୋଇପାରିନାହିଁ। ଏପରିକି ଏହି ଫିଲ୍ମ ଶାହିଦଙ୍କ ବିଶ୍ୱସ୍ତରୀୟ ଶ୍ରେଷ୍ଠ ୧୦ଟି ଫିଲ୍ମରେ ପ୍ରବେଶ କରିପାରି ନାହିଁ। ତେବେ ଯଦି ଏହା ଏକ ସପ୍ତାହ ସାରା ଦୃଢ଼ ରହେ, ତେବେ ଏହା ଥିଏଟରରେ ଭଲ ପ୍ରଦର୍ଶନ କରିବା ନେଇ ଆଶା କରାଯାଇପାରେ।