ଭୁବନେଶ୍ୱର: ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭାର ବଜେଟ ଅଧିବେଶନ। ଏଥିପାଇଁ କମିଶନରେଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ପୋଲିସ କମିଶନର୍ ଏସ୍ ଦେବଦତ୍ତ ସିଂ ଏ ନେଇ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି। ଫେବୃଆରୀ ୧୭ ରୁ ଏପ୍ରିଲ ୮ ପର୍ଯ୍ୟନ୍ତ ୨ ଟି ପର୍ଯ୍ୟାୟରେ ଚାଲିବ ବଜେଟ ଅଧିବେଶନ। ଏଥର ବିଧାନସଭା ଜଗିବେ ବ୍ଲାକ କମାଣ୍ଡୋ।
ଚଳିତ ଅଧିବେଶନ ବେଳେ କଡ଼ା ସୁରକ୍ଷା ବଳୟରେ ରହିବ ବିଧାନସଭା। ଏଥିପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ହୋଇଛି। ସୁରକ୍ଷା ଦିଗରେ ୩୪ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ। ଗୋଟିଏ ସ୍ପେସାଲ୍ ଟାକ୍ଟିକାଲ ୟୁନିଟ୍ ନିୟୋଜିତ ହେବେ। ୮ଜଣ ଅତିରିକ୍ତ ଡିସିପି ଙ୍କ ସହ ୨୪ଜଣ ଏସିପି, ୨୭ଜଣ ଇନସ୍ପେକ୍ଟର ଓ ୧୧୦ ଜଣ ଏସଆଇ ଓ ଏସଆଇ ସହ ୫୫ଜଣ ମହିଳା କନଷ୍ଟେବଳ ସୁରକ୍ଷାରେ ନିୟୋଜିତ ହେବେ। ଏଥିସହ ଡଗ ସ୍କ୍ୱାଡ୍ ସହ ଫାୟାର ୟୁନିଟ ଓ ଆମ୍ବୁଲାନ୍ସ ମୁତୟନ ହେବ। ସିସିଟିଭି ସହ ୱାଚ କାରବାରରେ ଜଗିବେ ବନ୍ଧୁକଧାରି ପୋଲିସ। ରୁଫ୍ ଟପ୍ ସିକୁରିଟ ମଧ୍ୟ ଆୟୋଜିତ ହୋଇଛି। ଏନେଇ ସୁରକ୍ଷାର ତଦାରଖ କରୁଛନ୍ତି ସିପି ଓ ବରିଷ୍ଠ ପୋଲିସ ଅଧିକାରୀ।
ଅଧିକ ପଢନ୍ତୁ: ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଚାଲିଛି ସର୍ବଦଳୀୟ ବୈଠକ; କାଲିଠାରୁ ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ