ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ବଜେଟ୍ ଅଧିବେଶନ ଆଜିଠୁ ଆରମ୍ଭ ହୋଇଛି। ପ୍ରଥମ ଦିନରେ ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କରିଛନ୍ତି ରାଜ୍ୟପାଳ ହରିବାବୁ କମ୍ଭମପତି। ଅଭିଭାଷଣରେ ସେ କହିଛନ୍ତି, "ସମୃଦ୍ଧ ଓଡିଶା ଗଠନ ପାଇଁ ମୋ ସରକାର ସର୍ବଦା ପ୍ରତିଶ୍ରୁତିବଦ୍ଧ। ବିକଶିତ ଭାରତର ଗ୍ରୋଥ୍ ଇଞ୍ଜିନ୍ ହେବ ଓଡିଶା। ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ଵରେ କେନ୍ଦ୍ରରୁ ଓଡିଶାକୁ ବଡ ପ୍ରକଳ୍ପ ମିଳୁଛି। ୨୦୩୬ ମସିହାରେ ଓଡିଶା ଗଠନକୁ ଶହେ ବର୍ଷ ପୂରିବ । ଓଡିଶା ଆତ୍ମନିର୍ଭର ଭାରତରେ ସେମି କଣ୍ଡକ୍ଟର ହବ୍ ହେବ। ୨୦୩୬ ଓ ୨୦୪୭ ପାଇଁ ରୋଡ୍ ମ୍ୟାପ୍ ପ୍ରସ୍ତୁତ ହୋଇଛି।"
୨୦୪୭ ସୁଦ୍ଧା ମୁଣ୍ଡ ପିଛା ଆୟ ୩୨ ଲକ୍ଷ କରିବାକୁ ଯୋଜନା କରାଯାଇଛି। ସରକାର ସହରୀ ବିକାଶ ଯୋଜନାକୁ ଗୁରୁତ୍ଵ ଦେଉଛନ୍ତି। ରାଜ୍ୟରେ ରାସ୍ତା ଗୁଡିକର ଆଧୁନିକୀକରଣ କରାଯାଉଛି। ଜୟଦେବ ବିହାର ନନ୍ଦନକାନନ ରାସ୍ତାରେ ଫ୍ଲାଏଓଭର ହେବ। ଭିତ୍ତିଭୂମି ସୁଦୃଢ କରିବାକୁ ମୋ ସରକାର ପ୍ରତିଶ୍ରୁତିବଦ୍ଧ। ୨୦୪୭ ସୁଦ୍ଧା ମୁଣ୍ଡପିଛା ଆୟ ୧.୮ ଲକ୍ଷରୁ ୩୨ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା। ବହୁମୁଖୀ ଦାରିଦ୍ରକୁ ୫ ପ୍ରତିଶ୍ରତକୁ ହ୍ରାସ କରିବା ଆମର ଟାର୍ଗେଟ୍। ମହିଳା ଶ୍ରମ ଶକ୍ତିକୁ ୭୦ ପ୍ରତିଶତକୁ ବୃଦ୍ଧି କରିବା ଆମର ଲକ୍ଷ୍ୟ। ଆୟୁ ସୀମା ୮୦ରୁ ଅଧିକ କରିବା ଓ କୁପୋଷଣ ଦୂର କରିବା। ବହୁମୁଖୀ ଦାରିଦ୍ର୍ୟକୁ ୫ ପ୍ରତିଶତକୁ ହ୍ରାସ କରିବା, ମହିଳା ଶ୍ରମ ଶକ୍ତିକୁ ୭୦ ପ୍ରତିଶତକୁ ବୃଦ୍ଧି କରିବା, ରାଜ୍ୟରୁ ଅପପୃଷ୍ଟି ଓ ରକ୍ତହୀନତା ଦୂର କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ସେହିପରି ଭିତ୍ତିଭୂମି ସୁଦୃଢ କରିବାକୁ ମଧ୍ୟ ସରକାର ପ୍ରତିଶୃତିବଦ୍ଧ" ବୋଲି କହିଛନ୍ତି ରାଜ୍ୟପାଳ।
ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଗୁରୁବାର ପର୍ଯ୍ୟନ୍ତ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ହେବ। ଶୁକ୍ରବାର ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଗୃହରେ ବଜେଟ୍ ଉପସ୍ଥାପନ କରିବେ। ତେଣୁ ସବୁ ଦୃଷ୍ଟିରୁ ଦେଖିଲେ ଚଳିତ ଅଧିବେଶନ ଉଭୟ ଶାସକ, ବିରୋଧୀ ଏବଂ ଜନସାଧାରଣଙ୍କ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ରହିଛି।
ଅଧିକ ପଢନ୍ତୁ: କଡ଼ା ସୁରକ୍ଷା ଭିତରେ ଚାଲିବ ଚଳିତ ବଜେଟ୍ ଅଧିବେଶନ; ୩୪ ପ୍ଲାଟୁନ ପୋଲିସ ଫୋର୍ସ ସହ ଜଗିବେ ବ୍ଲାକ କମାଣ୍ଡୋ