ଭୁବନେଶ୍ୱର: ରାଜଧାନୀରେ ଶୀତର ପ୍ରକୋପ କମିଥିଲେ ମଧ୍ୟ କୁହୁଡ଼ିର ଆସ୍ତରଣ ଜନଜୀବନକୁ କଲବଲ କରୁଛି। ଆଜି ସକାଳୁ ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳରେ ଘନ କୁହୁଡ଼ିର ମୋଟା ଆସ୍ତରଣ ଦେଖିବାକୁ ମିଳିଛି। ସ୍ଥିତି ଏପରି ହୋଇଛି ଯେ, ମାତ୍ର କିଛି ମିଟର ଦୂରକୁ ମଧ୍ୟ କିଛି ଦୃଶ୍ୟମାନ ହେଉନାହିଁ। ଦୃଶ୍ୟମାନ କ୍ଷମତା ଅତି କମ୍ ରହିଥିବାରୁ ଗାଡ଼ି ଚାଳକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଜାତୀୟ ରାଜପଥରେ ଗାଡ଼ିଗୁଡ଼ିକ ଲାଇଟ୍ ଜଳାଇ ଅତି ଧୀର ଗତିରେ ଯାଉଥିବା ଦେଖାଯାଇଛି।