ମୋହାଲି: ପଞ୍ଜାବର ମୋହାଲିରେ ସ୍କୁଲ ଓ ଫୋର୍ଟିସ ହସ୍ପିଟାଲକୁ ବୋମା ଉଡାଇବାକୁ ଧମକ ମିଳିଛି । ଏହାକୁ ନେଇ ଚାଞ୍ଚଲ୍ୟ ଖେଳି ଯାଇଛି. କାରଣ ଏହି ହସ୍ପିଟାଲରେ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ନିଜର ଚିକିତ୍ସା କରାଉଛନ୍ତି । ଧମକ ମିଳିବା ପରେ ସ୍କୁଲ ପରିସର ଓ ହସ୍ପିଟାଲର ଆଖପାଖ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ବୋମା ନିରୋଧୀ ଟିମ୍ ଓ ଡଗ ସ୍କ୍ୱାଡ ଦ୍ୱାରା ଘଟଣାର ତନ୍ନ ତନ୍ନ ଯାଞ୍ଚ କରାଯାଉଛି । ସନ୍ଦିଗ୍ଧ ବସ୍ତୁର ସନ୍ଧାନ କରାଯାଉଛି ।
ଏହି ହସ୍ପିଟାଲରେ ଚିକିତ୍ସା କରୁଛନ୍ତି ମାନ
ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଗତ ଦୁଇ ଦିନ ମୋହାଲି ସ୍ଥିତ ଫୋର୍ଟିସ ହସ୍ପିଟାଲରେ ଭର୍ତ୍ତି ଅଛନ୍ତି । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ କୌଣସି ପ୍ରକାରର ତ୍ରୁଟି ରଖିବାକୁ ଚାହୁଁ ନାହାନ୍ତି । ହସ୍ପିଟାଲ୍ ପରିସରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ପୋଲିସ ଅଧିକାରୀଙ୍କ କହିବା କଥା ସଂପ୍ରତି ସ୍ଥିତି ନିୟନ୍ତ୍ରଣରେ ରହିଛି । ଘଟଣାକୁ ଗମ୍ଭୀରତାର ସହ ଯାଞ୍ଚ କରାଯାଉଛି । ଲୋକଙ୍କୁ ଗୁଜବ ପ୍ରତି ଧ୍ୟାନ ନ ଦେବା ଏବଂ ପ୍ରଶାସନକୁ ସହଯୋଗ କରିବାକୁ ଲୋକଙ୍କୁ ଅପିଲ୍ କରାଯାଇଛି ।
ଏହା ପୂର୍ବରୁ ମଧ୍ୟ ପଞ୍ଜାବ, ମୋହାଲି ଓ ନିକଟସ୍ଥ ଚଣ୍ଡିଗଡରେ ଅନେକ ଥର ବୋମାରେ ଉଡାଇବାକୁ ଧମକ ମିଳି ସାରିଛି । ଏଥର ପୋଲିସର କହିବା କଥା ଘଟଣାକୁ ଗୁରୁତର ସହ ଗ୍ରହଣ କରାଯାଇଛି ଏବଂ ଅଭିଯୁକ୍ତ ଗିରଫ ହେବାର ସମ୍ଭାବନା ରହିଛି । ଲଗାତାର ଧମକ ମିଳିବା କାରଣରୁ ଲୋକଙ୍କ ମଧ୍ୟରେ ଭୟର ମାହୋଲ ଲାଗି ରହିଛି ।
Also read: ନୃଶଂସ: ପ୍ରେମିକାଙ୍କୁ ଗଳା କାଟି ହତ୍ୟା; ମୃତ ଶରୀର ସହିତ ସମ୍ପର୍କ ସ୍ଥାପନ କଲା ଅଭିଯୁକ୍ତ ପ୍ରେମିକ