ଭୁବନେଶ୍ୱର: ସୁଭଦ୍ରା ମହିଳାଙ୍କ ପାଇଁ ଖୁସି ଖବର। ଆସନ୍ତା ମାର୍ଚ୍ଚ ୮ ତାରିଖରେ ଏକ କୋଟି ମହିଳାଙ୍କୁ ମିଳିବ ସୁଭଦ୍ରାର ଚତୁର୍ଥ କିସ୍ତି ଟଙ୍କା। ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଘୋଷଣା କରିଛନ୍ତି। ଓଡ଼ିଶାର ଏକ କୋଟି ମହିଳାଙ୍କୁ ମାର୍ଚ୍ଚ ୮ ତାରିଖ ବିଶ୍ୱ ମହିଳା ଦିବସରେ ମିଳିବ ସୁଭଦ୍ରାର ଚତୁର୍ଥ କିସ୍ତି ଟଙ୍କା।
ଏକ କୋଟିରୁ ଅଧିକ ମହିଳାଙ୍କ ବ୍ୟାଙ୍କ ଖାତାକୁ ୫ ହଜାର କୋଟି ଟଙ୍କା ରାଜ୍ୟ ସରକାର ପଠାଇବେ। ଏହା ଘୋଷଣା କରିଛନ୍ତି ମହିଳା ଶିଶୁ ବିକାଶ ଏବଂ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। କାକଟପୁର ଠାରେ ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଇ ଉପମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ସୁଭଦ୍ରାର ଚତୁର୍ଥ କିସ୍ତି ଟଙ୍କା ମହିଳା ମାନଙ୍କ ଖାତାକୁ ଯିବା ପରେ ଗ୍ରାମୀଣ ଅର୍ଥନୀତିରେ ସାମୁହିକ ବିକାଶ ହେବା ସହ ମହିଳା ମାନଙ୍କୁ ଆର୍ଥିକ ସ୍ୱଚ୍ଛଳତା ଯୋଗାଉଛି।
ଅଧିକ ପଢନ୍ତୁ: ଆସିଲା ସୁଭଦ୍ରା କିସ୍ତି; ଉପକୃତ ହେଲେ ୨ ଲକ୍ଷ ୩୦ ହଜାର ଯୋଗ୍ୟ ହିତାଧିକାରୀ