କଟକ: ବାରବାଟୀରେ ଭାରତ ଏବଂ ଇଂଲଣ୍ଡରେ ମଧ୍ୟରେ ହାଇଭୋଲଟେଜ୍ ମ୍ୟାଚ୍ ଚାଲୁଥିବାବେଳେ ଅଧାରେ ଅଟକିଛି ମ୍ୟାଚ୍ । ଷ୍ଟାଡିୟମର ଫ୍ଲଡ୍ ଲାଇଟ୍ ବନ୍ଦ ହୋଇଯିବାରୁ ମ୍ୟାଚକୁ କିଛି ସମୟ ପାଇଁ ସ୍ଥଗିତ ରଖାଯାଇଛି । ଓସିଏ ପକ୍ଷରୁ ଯଥା ଶୀଘ୍ର ଲାଇଟ୍ ମରାମତି କରିବାକୁ ଚେଷ୍ଟା କରାଯାଇଛି ।
ପ୍ରଥମେ ଇଂଲଣ୍ଡ ଟସ୍ ଜିତି ବ୍ୟାଟିଂ କରିଥିଲା । ଟିମ୍ ଇଣ୍ଡିଆ ସମ୍ମୁଖରେ ୩୦୫ ରନର ବିଜୟ ଲକ୍ଷ୍ୟ ଦେଇଥିଲା ଇଂଲଣ୍ଡ । ଭାରତ ଅଧିନାୟକ ରୋହିତ ଶର୍ମା ଓ ଉପ ଅଧିନାୟକ ଶୁବମନ ଗିଲ୍ ଦମଦାର ଆରମ୍ଭ କରିଥିବା ସମୟରେ ହଠାତ୍ ଫ୍ଲଡ୍ ଲାଇଟ୍ ବନ୍ଦ ହୋଇଯାଇଥିଲା । ଯାହାକୁ ନେଇ ବିରକ୍ତି ପ୍ରକାଶ କରିଥିଲେ ରୋହିତ । ୭ ନମ୍ବର ଓଭର୍ (୪୮/୦ (୬.୧)) ଚାଲୁଥିବାବେଳେ ଲାଇଟ୍ ବାଧା ସୃଷ୍ଟି କରିଥିଲା । କିଛି ସମୟ ପାଇଁ ମ୍ୟାଚ୍ ଅଟକି ଯାଇଥିଲା । ଫଳରେ ସମସ୍ତ ଖେଳାଳି ପିଚ୍ ରୁ ବାହାରି ପାଭିଲିୟନ୍ ଫେରି ଯାଇଥିଲେ । ଏହା ତୁରନ୍ତ ଲାଇଟ୍ ମରାମତି କରାଯିବା ପରେ ମ୍ୟାଚ୍ ଆରମ୍ଭ ହୋଇଥିଲା ।