କାମାକ୍ଷାନଗର: ଢେଙ୍କାନାଳ ବନଖଣ୍ଡ କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ଅଁଳାବେରେଣୀ ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଜାମୁଝରା ଗାଁ ନିକଟରୁ ଗୋଟିଏ ଦନ୍ତା ହାତୀର ମୃତ ଦେହ ଉଦ୍ଧାର କରାଯାଇଛି। ଦୁଇ ଦନ୍ତା ହାତୀର ସଂଘର୍ଷରେ ଗୋଟିଏ ଦନ୍ତାର ମୃତ୍ୟୁ ହୋଇଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି। ମୃତ ଦନ୍ତା ହାତୀଟିର ବୟସ ପ୍ରାୟ ୩୦ ବର୍ଷ ହେବ। ଦନ୍ତା ହାତୀଟି ଗତ ୫ ଦିନ ହେବ ଜୋରନ୍ଦା ଅଂଚଳରୁ ଅଁଳାବେରେଣୀ ଫରେଷ୍ଟ ସେକ୍ସନ ଅଂଚଳକୁ ଚାଲି ଆସିଥିଲା। ରବିବାର ରାତିରେ ଦୁଇ ଦନ୍ତା ସଂଘର୍ଷରେ ମୃତ୍ୟୁ ହୋଇଛି। ତେବେ ଗୋଟିଏ ଗୋଷ୍ଠୀରେ ପ୍ରାୟ ୧୪ ଟି ହାତୀ ରହିଥିବା ବନ ବିଭାଗ ସ୍ପଷ୍ଟ କରିଛି। ଖବର ପାଇ ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରି ଦେଇଛି।