କଟକ: କଟକ ସଦର ଥାନା ଏବଂ ବାରଙ୍ଗ ଥାନାରେ ଥାର୍ଡ ଡିଗ୍ରୀ ମାମଲାର ତଦନ୍ତ କରିବ ମାନବାଧିକାର ସୁରକ୍ଷା ପରିଷଦ । ଆଜି ଦୁଇଟି ମାମଲାର ଏଚଆରପିସି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୂର ଖୁରାନିଆ ।
ବାରଙ୍ଗ ଥାନାରେ ପତ୍ନୀ ନିଖୋଜ ଅଭିଯୋଗ ନେଇ ଆସିଥିବା ବ୍ୟକ୍ତିଙ୍କୁ ଅନ୍ୟ ଜଣେ ମହିଳାଙ୍କ ମୃତ ଦେହ ଦେଖାଇ ଗ୍ରହଣ କରିବାକୁ ଚାପ ପକାଇଥିଲା ପୋଲିସ । ଚଣ୍ଡିପ୍ରସାଦ ଗ୍ରାମର ଅଭିଯୋଗକାରୀ ରାକେଶ ବେହେରା ସେ ମୃତ ଦେହ ତାଙ୍କ ପତ୍ନୀଙ୍କର ନୁହେଁ କହିବା ପରେ ମଧ୍ୟ ପୋଲିସ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଏ ନେଇ ଚଣ୍ଡିପ୍ରସାଦ ଗ୍ରାମବାସୀ ଥାନା ଘେରାଉ କରିଥିଲେ ।