ଭଦ୍ରକ: ଭଦ୍ରକ ଜିଲ୍ଲା ତିହିଡ଼ି ଥାନା ରେବ ନଦୀ କୂଳରୁ ମହିଳାଙ୍କ ମୃତ ଦେହ ମିଳିବା ଘଟଣାରେ ସ୍ୱାମୀ ଗିରଫ ହୋଇଛନ୍ତି । ମୃତ ମହିଳା ଧୁଷୁରୀ ଥାନା ଅଧୀନ ପଥରଡିହ ଗ୍ରାମର ପ୍ରଫୁଲ୍ଲ ବେହେରାଙ୍କ ସ୍ତ୍ରୀ କବିତା ବେହେରା ବୋଲି ଜଣାପଡ଼ିଛି । ସ୍ୱାମୀ ପ୍ରଫୁଲ୍ଲ ବେହେରାଙ୍କୁ ଗିରଫ କରିଛି ପୋଲିସ । ଆଜି ରେବ ନଦୀ କୂଳରେ ପୋଲିସ ଅଭିଯୁକ୍ତ ଧରି ସିନ୍ ରିକ୍ରିଏସନ୍ କରିଛି ।
ଗତ ୨୯ ତାରିଖ ଦିନ ବୋଡକ ରେବ ନଦୀ କୂଳରୁ ଅଚିହ୍ନା ମହିଳାଙ୍କ ମୃତ ଦେହ ଏକ ପଲିଥିନରେ ବନ୍ଧା ହୋଇଥିବା ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ମୃତ ମହିଳାଙ୍କୁ ଚିହ୍ନଟ ପରେ ସ୍ୱାମୀ ପ୍ରଫୁଲ୍ଲ ହେମ ଦସ୍ତାରେ ଛେଚି ଛେଚି ହତ୍ୟା କରିଛି ବୋଲି ସ୍ୱୀକାର କରିଛି । ତିହିଡି ପୋଲିସ ଆଜି ଅଭିଯୁକ୍ତ ପ୍ରଫୁଲ୍ଲକୁ ଗିରଫ କରି ପ୍ରଥମେ ନିଜ ଗାଁ ପଥର ଡିହରେ ସିନ ରିକ୍ରିଏସନ କରିଥିଲା । ଏହା ପରେ ରେବ ନଦୀ କୂଳକୁ ନେଇ ଛାନଭିନ କରିଛି ।
ଗତ ମାସ ୨୯ ତାରିଖରେ, ଭଦ୍ରକ ଜିଲ୍ଲା ତିହିଡି ଥାନା ବୋଡକ ପଞ୍ଚାୟତର ରେବ ନଦୀ କୂଳରେ ଅଜଣା ମହିଳାଙ୍କ ମୃତ ଦେହ ମିଳିଥିଲା । କେହି ବିଳମ୍ବିତ ରାତିରେ ହତ୍ୟା କରି ଫିଙ୍ଗି ଦେଇଥିବା ଅନୁମାନ କରାଯାଇଥିଲା । ଘଟଣା ସ୍ଥଳରେ ତିହିଡି ପୋଲିସ ପହଞ୍ଚି ମୃତ ଦେହକୁ ଜବତ କରି ତଦନ୍ତ କରିବା ସହ ସୋସିଆଲ ମିଡିଆରେ ମହିଳାଙ୍କ ଫଟୋ ଜାରି କରିଥିଲା । ମହିଳା ଜଣକ ଧୁଷୁରୀ ଥାନା ଅଧୀନ ପଥରଡିହ ଗ୍ରାମର ପ୍ରଫୁଲ୍ଲ ବେହେରାଙ୍କ ସ୍ତ୍ରୀ କବିତା ବେହେରା ବୋଲି ଜଣା ପଡିଥିଲା।
ପଚରାଉଚରା ସମୟରେ ସ୍ୱାମୀ ପ୍ରଫୁଲ୍ଲ ବେହେରା ସନ୍ଦେହ ଘେରକୁ ଆସିଥିଲେ । ସ୍ତ୍ରୀ କବିତା ବେହେରାଙ୍କୁ ହେମଦସ୍ତାରେ ପିଟି ପିଟି ହତ୍ୟା କରିବା ପରେ ବାଇକରେ ମୃତ ଦେହ ନେଇ ନଦୀ କୂଳରେ ଫିଙ୍ଗି ଦେଇଥିବା ସ୍ୱୀକାର କରିଥିଲା । ଏହି ଘଟଣା ରେ ବ୍ୟବହୃତ ହେମଦସ୍ତାକୁ ମଧ୍ୟ ପୋଲିସ ଜବତ କରିଛି । ତେବେ ଏହି ଘଟଣା ରେ ଅନ୍ୟ କାହାର ସମ୍ପୃକ୍ତି ରହିଛି ସେ ନେଇ ମଧ୍ୟ ଯାଞ୍ଚ ଚାଲିଥିବା ସୂଚନା ଦେଇଛନ୍ତି ତିହିଡି ଥାନାଧିକାରୀଣି ।