ମୟୁରଭଞ୍ଜ: ମଣିଷକୁ ମାରି ଖାଇଦେଲା ମହାବଳ ବାଘ । ମୟୁରଭଞ୍ଜ କରଞ୍ଜିଆ ବନଖଣ୍ଡ ଦୁଧିଆଣି ରେଞ୍ଜ୍ କମଳାବାହାରିରେ ମହାବଳ ବାଘ ଆତଙ୍କ ସୃଷ୍ଟି ହୋଇଛି । ବାଘ ଆକ୍ରମଣରେ ବସନ୍ତପୁର ଗାଁର ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକ ହେଲେ ଯଶୀପୁର ଥାନା ବସନ୍ତପୁର ଗାଁର ସାଧୁ ନାଏକ ।
ମିଳିଥିବା ପ୍ରାଥମିକ ସୂଚନା ଅନୁସାରେ, ସାଧୁ ନାଏକ ଗତ କାଲି ସକାଳଠାରୁ ନିଖୋଜ ଥିଲେ । ଗତକାଲି ଛେଳି ପାଇଁ ଡାଳ ପତ୍ର ଆଣିବାକୁ ଜଙ୍ଗଲକୁ ଯାଇଥିଲେ । କିନ୍ତ ଆଉ ସେ ଘରକୁ ଫେରିନଥିଲେ । ଆଜି ସକାଳେ ନିକଟସ୍ଥ ଜଙ୍ଗଲରୁ ଦୁଇଟି କ୍ଷତାକ୍ତ ଗୋଡ଼ ମିଳିଥିଲା । କିନ୍ତୁ ଶରୀର ମିଳିନଥିଲା । ମୁଣ୍ଡରୁ ଗଣ୍ଡି ପର୍ଯ୍ୟନ୍ତ କିଛି ନ ଥିବାବେଳେ କେବଳ ଗୋଡ଼ ଦୁଇଟି ଅଛି । ନିକଟରେ ବୃଦ୍ଧ ଜଣଙ୍କର ପିନ୍ଧା ବସ୍ତ୍ର ପଡ଼ିଛି । ବାଘଟି ମାରି ଖାଇ ଦେଇଥିବା ଅନୁମାନ କରାଯାଉଛି ।
ତେବେ ଏ ନେଇ ବନ ବିଭାଗ ପକ୍ଷରୁ କୌଣସି ସ୍ପଷ୍ଟ କରାଯାଇ ନାହିଁ ।