ନୂଆଦିଲ୍ଲୀ: କେନ୍ଦ୍ର ସରକାର ସୋମବାର ସୁପ୍ରିମକୋର୍ଟରେ ପାଞ୍ଚ ଜଣ ନୂତନ ବିଚାରପତିଙ୍କୁ ନିଯୁକ୍ତ କରିଛନ୍ତି । ଏବେ ସୁପ୍ରିମକୋର୍ଟରେ ବିଚାରପତି ସଂଖ୍ୟା ୩୭ରେ ପହଁଚିଛି । ସୁପ୍ରିମକୋର୍ଟରେ ଅନୁମୋଦିତ ୩୮ ବିଚାରପତି ପଦବୀରୁ ଗୋଟିଏ କମ୍ ।
ସୋମବାର ସକାଳେ କେନ୍ଦ୍ର ଆଇନ ମନ୍ତ୍ରଣାଳୟର ନ୍ୟାୟ ବିଭାଗ ଦ୍ୱାରା ଜାରି ପୃଥକ ପୃଥକ ବିଜ୍ଞପ୍ତି ଅନୁଯାୟୀ, ବରିଷ୍ଠ ସୁପ୍ରିମକୋର୍ଟ ଓକିଲ ଭେଙ୍କିତା ସୁବ୍ରମଣି ମୋହନା, ବମ୍ବେ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଶ୍ରୀ ଚନ୍ଦ୍ରଶେଖର, ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଶୀଳ ନାଗୁ, ମଧ୍ୟ ପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ସଞ୍ଜୀବ ସଚଦେବ ଏବଂ ଜମ୍ମୁ-କାଶ୍ମୀର ଏବଂ ଲଦାଖ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଅରୁଣ ପାଲିଙ୍କୁ ଶୀର୍ଷ ଅଦାଲତର ବିଚାରପତି ଭାବରେ ନିଯୁକ୍ତ କରାଯାଇଛି।