କଟକ: କଟକ ଜିଲ୍ଲା ମାଣିଆବନ୍ଧ ଗୁଳିକାଣ୍ଡ ଘଟଣାର ପୋଲିସ ପର୍ଦ୍ଦାଫାସ କରିଛି । ସାନ୍ତରାବଳି ପଞ୍ଚାୟତ ସରପଞ୍ଚଙ୍କ ସ୍ୱାମୀଙ୍କୁ ଗୁଳି ମାଡ଼ ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଗିରଫ ଦୁଇ ଭାଇ ହେଲେ ଦୁଷ୍ମନ୍ତ ପ୍ରଧାନ ଓ ଲକ୍ଷ୍ମୀକାନ୍ତ ପ୍ରଧାନ ।
ଜୁନ୍ ୨୬ ତାରିଖରେ କଟକ ଜିଲ୍ଲା ବଡ଼ମ୍ବା ମାଣିଆବନ୍ଧ ସନ୍ତରାବାଡ଼ି ପଞ୍ଚାୟତ ସରପଞ୍ଚଙ୍କ ସ୍ୱାମୀ ଶ୍ରୀକାନ୍ତ ଜେନା ଓରଫ କାଳିଆ ଜେନାଙ୍କ ଉପରକୁ ଅତର୍କିତ ଗୁଳିମାଡ଼ ହୋଇଥିଲା । ତାଙ୍କୁ ପୁଅକୁ ନେଇ ସେଲୁନ୍ ଯାଉଥିବାବେଳେ ଗୁଳି ମାଡ଼ ହୋଇଥିଲା । ଦୁର୍ବୃତ୍ତମାନେ ୪ ରାଉଣ୍ଡ ଗୁଳି ମାଡ଼ କରି ଫେରାର ହୋଇଯାଇଥିଲେ ।
ଗିରଫ ଦୁଇ ଭାଇ ହେଲେ ଦୁଷ୍ମନ୍ତ ପ୍ରଧାନ ଓ ଲକ୍ଷ୍ମୀକାନ୍ତ ପ୍ରଧାନ। ଜିଲ୍ଲା ବାହାରୁ ସେମାନଙ୍କୁ କାବୁ କରିବା ପରେ ପୋଲିସ ଘଟଣାସ୍ଥଳରେ ସିନ୍ ରିକ୍ରିଏସନ୍ କରିଛି । ତେବେ ଅଭିଯୁକ୍ତଙ୍କ ନିକଟରୁ ବ୍ୟବହୃତ ବନ୍ଧୁକ କିମ୍ବା ଅନ୍ୟ କୌଣସି ମାରଣାସ୍ତ୍ର ଜବତ ହୋଇନାହିଁ । ପୂର୍ବ ଶତ୍ରୁତା ଓ ବ୍ୟକ୍ତିଗତ ବିବାଦକୁ କେନ୍ଦ୍ର କରି ଏହି ଗୁଳିକାଣ୍ଡ ଘଟିଥିବା ବେଳେ ଘଟଣାରେ ଆହୁରି କିଛି ଦିଗକୁ ନେଇ ତଦନ୍ତ ଜାରି ରହିଥିବା ସୂଚନା ଦେଇଛନ୍ତି କଟକ ଏସ୍ପି।