ଗଜପତି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଓଡ଼ିଶା ରାଜ୍ୟ ମହିଳା ଆୟୋଗ ଅଦାଲତ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିର ଓଡ଼ିଶା ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷ ଡ.ମିନତୀ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ମନୋରମା ଦେବୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ, ଅରବିନ୍ଦ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ତେବେ ରାଜ୍ୟ ମହିଳା ଆୟୋଗ ସଦସ୍ୟ ସୁଜାତା ଦିଗାଲ ଉପସ୍ଥିତ ରହି ସମସ୍ତ ଅଭିଯୋଗର ଶୁଣାଣି କରିଥିଲେ ।
ଗଜପତି ଜିଲ୍ଲାରେ ଅନୁଷ୍ଠିତ ଏହି ଶିବିରରେ ୧୭ ଟି ଅଭିଯୋଗ ଶୁଣାଣି ମଧ୍ୟରୁ ୧୧ଜଣ ଅଭିଯୋଗକାରୀ ଉପସ୍ଥିତ ଥିଲେ । ସେଥି ମଧ୍ୟରୁ ୩ଟି ଯୁଗ୍ମ ସମସ୍ୟା ଅଭିଯୋଗ ଏବଂ ୮ଟି ବ୍ୟକ୍ତିଗତ ଅଭିଯୋଗର ଶୁଣାଣି କରାଯାଇଥିଲା । ରାଜ୍ୟ ସରକାର ସମାଜରେ ମହିଳା ମାନଙ୍କ ଅଧିକାରକୁ ଅଧିକ ଗୁରୁତ୍ୱ ଦେଉଛନ୍ତି । ସେହିପରି ପାରିବାରିକ ହିଂସା ହେଉ କିମ୍ବା ଯୌତୁକ ନିର୍ଯ୍ୟାତନା, କର୍ମ କ୍ଷେତ୍ରରେ ହତାଶ, କନ୍ୟା ଭୃଣ ହତ୍ୟା ,ବାଲ୍ୟ ବିବାହ, ସାଇବର ଅପରାଧ, ସମ୍ପତ୍ତିଗତ ଅଧିକାର ସର୍ବପରି ନାରୀ ସମ୍ବନ୍ଧୀୟ ଯେତେ ଅଧିକାର ହେଉ ଏସବୁ ଉଲଂଘନ ହେଲେ ସେମାନଙ୍କ ନ୍ୟାୟ ପ୍ରଦାନ ପାଇଁ ଓଡିଶା ରାଜ୍ୟ ମହିଳା ଆୟୋଗ ଗଠନ କରାଯାଇଛି । ବିଶେଷକରି ମହିଳାମାନଙ୍କ ଅଧିକାରକୁ ସୁରକ୍ଷିତ ରଖିବାପାଇଁ ସେମାନଙ୍କ ସାମାଜିକ, ଅର୍ଥନୈତିକ, ଶିକ୍ଷା, ସ୍ୱାସ୍ଥ୍ୟ କିଭଳି ସୁଦୃଢ ରହିବ ସେଥିପାଇଁ ରାଜ୍ୟ ସରକାର ମହିଳାମାନଙ୍କୁ ଅଧିକ ଗୁରୁତ୍ୱ ଦେଉଛନ୍ତି ବୋଲି ଓଡ଼ିଶା ରାଜ୍ୟ ମହିଳା ଆୟୋଗର ଅଧକ୍ଷା କହିଛନ୍ତି ।
ଅଧିକ ପଢନ୍ତୁ : ମହରମ ପାଇଁ ସମ୍ବଲପୁର ପ୍ରଶାସନର ଶାନ୍ତି କମିଟି ବୈଠକ