ସମ୍ବଲପୁର ଜିଲ୍ଲା ପରିଷଦ କାର୍ଯ୍ୟାଳୟ ଠାରେ ଜିଲ୍ଲା ପ୍ରଶାସନ ସମ୍ବଲପୁର ପକ୍ଷରୁ ମହରମ ପାଇଁ ଶାନ୍ତି କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସହରର ୮ ଗୋଟି ମ଼ହରମ କମିଟିର ପ୍ରତିନିଧି ମାନେ ଉପସ୍ଥିତ ଥିଲେ। ତେବେ ଚଳିତ ବର୍ଷ ମହରମ ପର୍ବ ପାଇଁ ବିନା ଅସ୍ତ୍ରଶସ୍ତ୍ର ପ୍ରଦର୍ଶନ କରି ଶାନ୍ତିପୁର୍ଣ୍ଣ ଭାବରେ ଶୋଭାଯାତ୍ରା କରିବାକୁ ମହରମ କମିଟିକୁ ପ୍ରଶାସନ ପକ୍ଷରୁ ନିଦ୍ଧେର୍ଶ ଦିଆଯାଇଛି। ଏପରିକି କୌଣସି ବ୍ୟକ୍ତି ଯଦି ଏହି ନିର୍ଦେଶକୁ ଅବମାନନା କରେ ତେବେ ସେହି ବ୍ୟକ୍ତି ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ତେବେ ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସୁଚାରୁ କୁମାର ବଳ, ଅତିରିକ୍ତ ଏସପି ହରେଶ କର୍ଣ୍ଣ, ଉପଜିଲ୍ଲାପାଳ ଡକ୍ଟର ପୁଷ୍ପାଞ୍ଜଳି ପଣ୍ଡା, ଜିଲ୍ଲା ପରିଷଦ କାର୍ଯ୍ୟାଳୟର ମୁଖ୍ୟ ଉନ୍ନୟନ ଅଧିକାରୀ ଧର୍ମେନ୍ଦ୍ର ମଲ୍ଲିକ ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ।