ଗଞ୍ଜାମ: ଗଞ୍ଜାମ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଦମ୍ପତିଙ୍କର ମୃତ୍ୟୁ ହୋଇଥିବାବେଳେ ୩ ବର୍ଷର କୁନି ଝିଅ ବଞ୍ଚିଯାଇଛି । ମୃତକ ଦମ୍ପତି ଶାଳବଣ ଗାଁର କାହ୍ନୁ ବାରିକ ଓ ସ୍ବପ୍ନା ବୋଲି ପରିଚୟ ମିଳିଛି । ପୋଲିସ ଘଟଣାର ତଦନ୍ତ ଜାରି କରିଛି ।
ସୂଚନା ଅନୁସାରେ, ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ବୁଢାମ୍ବ ଗ୍ରାମ ହରିଜନ ସାହି ନିକଟରେ ଦୁର୍ଘଟଣା ଘଟିଛି । ସ୍କୁଟିରେ କାହ୍ନୁ ସ୍ତ୍ରୀ ଓ ଝିଅକୁ ନେଇ ଗାଁକୁ ଯାଉଥିବା ସମୟରେ ଅଟୋ ସହ ଧକ୍କା ହୋଇଥିଲା । ଫଳରେ ଦୁର୍ଘଟଣାସ୍ଥଳରେ ସ୍ତ୍ରୀ ସ୍ବପ୍ନାଙ୍କର ମୃତ୍ୟୁ ହୋଇଥିଲା। କାହ୍ନୁ ଗୁରୁତର ହୋଇଥିଲେ । ସ୍ଥାନୀୟ ଲୋକେ, ତାଙ୍କୁ ତୁରନ୍ତ ଉଦ୍ଧାର କରି ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରିଥିଲେ । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।
ସୋଭାଗ୍ୟବଶତଃ ୩ ବର୍ଷର କୁନି ଝିଅର ଜୀବନ ବଞ୍ଚିଯାଇଛି । ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା । ଖବର ପାଇ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ଘଟଣାର ତଦନ୍ତ ଜାରି କରୁଛି ।
ଅଧିକ ପଢ଼ନ୍ତୁ: ଜଟଣୀ ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଗିରଫ