ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜଗକ ପ୍ରକାଶ ନଡ୍ଡା ଆସନ୍ତା ମାସ ୧୨ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ। ଏନେଇ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ତେବେ ଏହି ଗସ୍ତରେ ରାଜ୍ୟ ସଭାପତି ଚୟନ ହେବାର ସମ୍ଭାବନା ରହିଛି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହୋଇଛି । ନଡ୍ଡା ତାଙ୍କ ଗସ୍ତରେ ଦଳୀୟ ନେତୃବୃନ୍ଦଙ୍କୁ ଭେଟିବା ସହିତ ସାଙ୍ଗଠନିକ କାର୍ଯ୍ୟକର୍ତ୍ତାଙ୍କ ସହିତ ମଧ୍ୟ ଆଲୋଚନା କରି ପାରନ୍ତି । ଏହା ପରେ ଆସନ୍ତା ମାସ ୧୪ ତାରିଖ ପରେ ବିଜେପି ରାଜ୍ୟ ସଭାପତିଙ୍କ ନାମ ଘୋଷଣା ହୋଇପାରେ ।