ଭୁବନେଶ୍ୱର : ୨୦୨୪-୨୦୨୫ ଆର୍ଥିକ ବର୍ଷରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ରେକର୍ଡ ସଂଖ୍ୟାରେ ପର୍ଯ୍ୟଟକ ବୁଲିଆସିଛନ୍ତି । ଏହି କାରଣରୁ ପ୍ରାଣୀ ଉଦ୍ୟାନର ଭଲ ରୋଜଗାର ହୋଇଛି। ନନ୍ଦନକାନନର ରେକର୍ଡ ପରିମାଣର ରାଜସ୍ୱ ଆଦାୟ ହୋଇଥିବା ଉପନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ଏହି ବର୍ଷରେ ଆସିଥିବା ମୋଟ ୩୯ଲକ୍ଷ ୫୨ ହଜାର ୯୭ଜଣ ପର୍ଯ୍ୟଟକ ଆସିଥିବା ଜଣାପଡିଛି। ପର୍ଯ୍ୟଟକ ଙ୍କ ଠାରୁ ସମସ୍ତ ଉତ୍ସରୁ ୨୫.୩୭ କୋଟି ଟଙ୍କା ଆଦାୟ ହୋଇଛି ଯାହା ନନ୍ଦନକାନନ ଇତିହାସରେ ସର୍ବାଧିକ ଆୟ ଅଟେ । ପରିଦର୍ଶକ ପ୍ରବେଶ ଶୁଳ୍କ, କ୍ୟାମେରା ଓ ପାକିଂଙ୍କ ଅନ୍ୟାନ୍ୟ ବାବଦରୁ ୧୬.୩୫ ଓ ଆଉଟସୋର୍ସିଂ ସୁବିଧା ଠାରୁ ୫.୮୭ କୋଟି ଟଙ୍କା ଆଦାୟ ହୋଇଥିବା ସୂଚନା ଦିଆଯାଇଛି। ଜୀବଜନ୍ତୁ ପୋଷ୍ୟ ବାବଦକୁ ୩.୧୫ କୋଟି ରେକର୍ଡ ପରିମାଣର ଅର୍ଥ ଆଦାୟ ହୋଇଛି।
ସୂଚନା ଅନୁଯାୟୀ ନନ୍ଦନକାନନ ମୋଟ ପର୍ଯ୍ୟଟକଙ୍କ ମଧ୍ଯରୁ ପ୍ରାଣୀ ଉଦ୍ୟାନକୁ ୩୭,୭୧,୯୮୦ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନକୁ ୧,୮୦,୧୧୭ ପର୍ଯ୍ୟଟକ ପରିଦର୍ଶନ କରିଛନ୍ତି। ଆସିଥିବା ପର୍ଯ୍ୟଟକଙ୍କ ମଧ୍ୟରୁ ବୟସ୍କଙ୍କ ସଂଖ୍ଯା ୩୨,୩୨,୧୨୬ , ଶିଶୁଙ୍କ ସଂଖ୍ୟା ୭,୧୯,୧୭୮ ରହିଥିବା ବେଳେ ୭୯୩ ଜଣ ବିଦେଶୀ ପର୍ଯ୍ୟଟକ ଥିଲେ।