ଭୁବନେଶ୍ୱର: ଖରାରେ ଜଗନ୍ନାଥ ଦର୍ଶନ ପାଇଁ ନ ଆସିବାକୁ ସୋସିଆଲ୍ ମିଡିଆରେ ଚାଲିଥିବା ପ୍ରଚାରକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ରାଜ୍ୟ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଭକ୍ତଙ୍କୁ ବିଭ୍ରାନ୍ତି କରାଯାଉଛି । ବିଜେଡ଼ି ଏବଂ କଂଗ୍ରେସର ଏହା ହୀନ ରାଜନୀତି ବୋଲି କହିଛନ୍ତି କହିଛନ୍ତି ଆଇନମନ୍ତ୍ରୀ ।
ଆଇନମନ୍ତ୍ରୀ କହିଛନ୍ତି ଯେ ପ୍ରବଳ ଖରା ଏବଂ ଗରମକୁ ଦେଖି ଶ୍ରୀମନ୍ଦିର ସମ୍ମୁଖରେ ସେଡ୍ କରାଯାଇଛି, କୁଲର ଲଗାଯିବା ସହିତ ପାଣି ବଣ୍ଟନ ପ୍ରକ୍ରିୟା କରାଯାଉଛି । ଯାହା ଯାହା ପ୍ରକ୍ରିୟା କରାଯିବାର କଥା ସବୁ କିଛି କରାଯାଇଛି । କିଛି ଲୋକ ରାଜନୈତିକ ଉଦ୍ଦେଶ୍ୟ ରଖି ସୋସିଆଲ ମିଡିଆରେ ଡ୍ରାଇଭ୍ କରୁଛନ୍ତି ଏବଂ ଭକ୍ତମାନଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରୁଛନ୍ତି, ସେ କାର୍ଯ୍ୟ କରିବା ବନ୍ଦ କରିବା ଦରକାର । ନ ହେଲେ ଜଗନ୍ନାଥଙ୍କର ଦ୍ରୋହ ହେବ । ଜଗନ୍ନାଥଙ୍କ ପାଖକୁ ନ ଆସିବାକୁ ଭକ୍ତମାନଙ୍କୁ ପ୍ରବର୍ତ୍ତାଉଛନ୍ତି, ଏଭଳି ହୀନ ରାଜନୀତ ଆରମ୍ଭ କରିଛନ୍ତି ବିଜେଡ଼ି ଏବଂ କଂଗ୍ରେସ, ସେହି ପ୍ରକ୍ରିୟା ବନ୍ଦ ହେବା ଦରକାର ବୋଲି କହିଛନ୍ତି ମନ୍ତ୍ରୀ ଶ୍ରୀଯୁକ୍ତ ହରିଚନ୍ଦନ ।