ଏପ୍ରିଲ ୧ ବା (ଆଜିଠାରୁ) ୟୁପିଆଇରେ ବଦଳିଛି ଅନେକ ନିୟମ । ଆର୍ଥିକ ଠକେଇ ରୋକିବା ପାଇଁ ୟୁପିଆଇ ସହ ଜଡ଼ିତ ଅନେକ ନିୟମ ପରିବର୍ତ୍ତନ କରାଯାଇଛି। ଏହି କ୍ରମରେ ବ୍ୟାଙ୍କରେ ଲିଙ୍କ୍ ହୋଇଥିବା ଉପଭୋକ୍ତାଙ୍କ ମୋବାଇଲ ନମ୍ବର ଦୀର୍ଘ ସମୟ ଧରି ନିଷ୍କ୍ରିୟ ଥିଲେ, ସେଗୁଡ଼ିକ ଆଜିଠୁ ୟୁପିଆଇ ସେବାରୁ ବଞ୍ଚିତ ହୋଇଛି । ଏହିକ୍ରମରେ ନ୍ୟାଶନାଲ ପେମେଣ୍ଟ କର୍ପୋରେଶନ ଅଫ୍ ଇଣ୍ଡିଆ (ଏନ୍ପିସିଆଇ) ଡିଜିଟାଲ ଇଣ୍ଟେଲିଜେନ୍ସ ପ୍ଲାଟ୍ ଫର୍ମ (ଡିଆଇପି)ରେ ଉପଲବ୍ଧ ମୋବାଇଲ ନମ୍ବର ରିଭୋକେଶନ ଲିଷ୍ଟ (ଏମ୍ଏନ୍ଆରଏଲ୍) ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଇଛି।
ବ୍ୟାଙ୍କ ଏବଂ ଗୁଗଲ ପେ’, ଫୋନ ପେ’ ଭଳି ୟୁପିଆଇ ଆପ୍ ସପ୍ତାହରେ ଅତିକମ୍ ରେ ଥରେ ମୋବାଇଲ ନମ୍ବର ରେକର୍ଡ ଅପଡେଟ୍ କରିବାକୁ ବାଧ୍ୟତାମୂଳକ କରାଯାଇଛି। ଏନେଇ ପୂର୍ବରୁ ତେବେ ସେବା ଜାରି ରଖିବାକୁ ଚାହୁଁଥିବା ଉପଭୋକ୍ତାମାନେ ଏପ୍ରିଲ ୧ ପୂର୍ବରୁ ୟୁପିଆଇ ସହିତ ସଂଯୁକ୍ତ ବ୍ୟାଙ୍କ୍ ଆକାଉଣ୍ଟ ଓ ସେମାନଙ୍କର ନୂଆ ମୋବାଇଲ ନମ୍ବର ଅପଡେଟ୍ କରାଇବା କିମ୍ବା ନିଷ୍କ୍ରିୟ ମୋବାଇଲ ନମ୍ବରକୁ ସକ୍ରିୟ କରାଇବାକୁ ପରାମର୍ଶ ଦିଆଯାଇଥିଲା ।
ସେପଟେ ଆଜି ୩ ଘଣ୍ଟା ଏସବିଆଇର ଡିଜିଟାଲ ସର୍ଭିସ୍ ସେବା ବନ୍ଦ ରହିବ ନେଇ ସୂଚନା ଜାରି କରିଛି । ୩ ଘଣ୍ଟା ପାଇଁ ଚାଲିବନି ଫୋନ୍ ପେ, ଗୁଗୁଲ ପେ ଭଳି ଅନଲାଇନ ପେମେଣ୍ଟ । ଏଥିପାଇଁ ଆଜି(ମଙ୍ଗଳବାର) ଅପରାହ୍ନ ୧ଟାରୁ ୪ଟା ଯାଏଁ ଡିଜିଟାଲ ସର୍ଭିସ ବନ୍ଦ ରହିବା ନେଇ ଏକ୍ସ ଜରିଆରେ ଉପଭୋକ୍ତାଙ୍କ ପାଇଁ ସୂଚନା ଜାରି କରିଛି ଏସବିଆଇ । ଆଜି ଦିନ ୧ଟାରୁ ୪ଟା ଯାଏଁ ଏସବିଆଇ ଅନଲାଇନ ସର୍ଭିସ୍ କାମ କରିବ ନାହିଁ ।
ତେବେ ନିର୍ଦ୍ଧାରିତ ରକ୍ଷଣାବେକ୍ଷଣ କାର୍ଯ୍ୟକଳାପ ଯୋଗୁଁ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ)ର ଡିଜିଟାଲ୍ ସେବା, ଯେଉଁଥିରେ ଇଣ୍ଟରନେଟ୍ ବ୍ୟାଙ୍କିଂ, ୟୋନୋ ଆପ୍ ଏବଂ ୟୁପିଆଇ ଅନ୍ତର୍ଭୁକ୍ତ ରହିଛି । ୩ ଘଣ୍ଟାରୁ ଅଧିକ ସମୟ ପାଇଁ ଏହା ପ୍ରଭାବିତ ହେବା ନେଇ ସୂଚନା ରହିଛି । ତେଣୁ ଗ୍ରାହକ ମାନଙ୍କୁ ଏହି ସମୟରେ ନିରବଚ୍ଛିନ୍ନ ସେବା ପାଇଁ ୟୁପିଆଇ ଲାଇଟ୍ କିମ୍ବା ଏଟିଏମ୍ ସେବା ବ୍ୟବହାର କରିବା ଜାରି ରଖିପାରିବେ ବୋଲି ସୂଚାଇ ଦେଇଛି ଏସବିଆଇ । ସେବା ବ୍ୟାଘାତ ସମ୍ପର୍କରେ ଅଧିକ ସୂଚନା ଏବଂ ଅପଡେଟ୍ ପାଇଁ ଗ୍ରାହକମାନଙ୍କୁ ସରକାରୀ ଏସବିଆଇ ଚ୍ୟାନେଲଗୁଡ଼ିକ ମାଧ୍ୟମରେ ଅପଡେଟ୍ ରହିବାକୁ ପରାମର୍ଶ ଦିଆଯାଇଛି ।
ତେବେ ଯଦିଓ ଏସବିଆଇ ଅଫିସିଆଲି ଭାବେ ଦିନ ୧ଟାରୁ ୪ଟା ୟୁପିଆଇ ଚାଲିବନି ବୋଲି ସୂଚାଇ ଦେଇଛି, ତଥାପି ଆଜି ସକାଳୁ ବନ୍ଦ ପଡିଛି ୟୁପିଆଇ । ସକାଳୁ ହିଁ ଏହା ମାଧ୍ୟମରେ ଟଙ୍କା ନେଣଦେଣ କରିବାରେ ଗ୍ରାହକ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି ।
ଅଧିକ ପଢନ୍ତୁ: ଅଚାନକ ଡାଉନ ହେଲା UPI ସେବା, ଅନଲାଇନ ପେମେଣ୍ଟ କରି ପାରୁ ନାହାନ୍ତି ୟୁଜର୍ସ !