ପୁରୀ: ପ୍ରଶିକ୍ଷଣ ନେବେ ଶ୍ରୀମନ୍ଦିରର ପାଳିଆ ସେବାୟତ । ଏପ୍ରିଲ ୪ ଓ ୫ ତାରିଖ ଦୁଇଦିନ ଧରି ଦିନ ଧରି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବ । ଦିନ ୧୦ଟାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ନୀଳାଦ୍ରି ଭକ୍ତ ନିବାସ ପରିସରରେ ଏହି ପ୍ରଶିକ୍ଷଣ ଅନୁଷ୍ଠିତ ହେବ । ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।
ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀନ୍ଦିରକୁ ଆସୁଥିବା ଭକ୍ତଙ୍କୁ କିପରି ଭଲ ବ୍ୟବହାର ଦେଖାଇବେ ଓ ମହାପ୍ରଭୁଙ୍କ ନୀତିକାନ୍ତିକୁ ନେଇ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବ । ପାଳିଆ ସେବାୟତମାନେ ପ୍ରଶିକ୍ଷଣ ନେବେ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ପ୍ରଶିକ୍ଷଣ ଶିବିରର ଆୟୋଜନ କରାଯାଉଛି । ଏପ୍ରିଲ ୪ ଓ ୫ ତାରିଖ ଦୁଇଦିନ ଧରି ଦିନ ପୂର୍ବାହ୍ନ ୧୦ଟାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ନୀଳାଦ୍ରି ଭକ୍ତ ନିବାସ ପରିସରରେ ପ୍ରଶିକ୍ଷଣ ଅନୁଷ୍ଠିତ ହେବ । ଶ୍ରୀମନ୍ଦିର ବରିଷ୍ଠ ଅଧିକାରୀ, ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ, ମହାପ୍ରଭୁଙ୍କ ନୀତିକାନ୍ତି ଉପରେ ଅଭିଜ୍ଞ ଓ ବରିଷ୍ଠ ସେବାୟତମାନେ ଏଥିରେ ଯୋଗ ଦେଇ ଶିକ୍ଷା ଦେବେ । ଏପ୍ରିଲ ୨ ତାରିଖ ସୁଦ୍ଧା ସମସ୍ତେ ନିଜର ନାମ ପଞ୍ଜିକରଣ କରିବେ । ସମସ୍ତ ନିଯୋଗ ପ୍ରଶିକ୍ଷଣ ନେବାକୁ ଥିବା ପାଳିଆ ସେବକଙ୍କ ନାମ, ଠିକଣା ଓ ଯୋଗାଯୋଗ ନମ୍ବର ଶ୍ରୀମନ୍ଦିର ପ୍ରଶାସନ ନିକଟରେ ଦାଖଲ କରିବେ । ଏପ୍ରିଲ ୨ ତାରିଖ ଅପରାହ୍ନ ସୁଦ୍ଧା ସେବକ କଲ୍ୟାଣ ବିଭାଗରେ ଆବଶ୍ୟକ ପଞ୍ଜିକରଣ କରିବେ ।