ଭୁବନେଶ୍ୱର : ରାଜ୍ୟରେ କାଳବୈଶାଖୀ ବର୍ଷା ପରେ ଫେରିଛି ତାତି। ଦିନକୁ ଦିନ ତାତି ବଢିବାରେ ଲାଗିଛି। ଭୀଷ ଖରାରେ ଜନଜୀବନ ପୁରା ଅସ୍ତବ୍ୟସ୍ତ ହୋଇପଡିଲାଣି । କିଛି ଦିନ ପାଇଁ ହିଟୱେଭ୍ ଜାରି କରିଛି ପାଣିପାଗ ବିଭାଗ। ଶୁକ୍ରବାର ରାଜ୍ୟର ୧୬ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ଥିବାବେଳେ ଆଜି ଦିନ ୨ଟା ୩୦ ସୁଦ୍ଧା ୩ ସହର ତାପମାତ୍ରା ୪୦ ଟପିଛି । ୪୨ ଡିଗ୍ରୀ ସହ ସମ୍ବଲପୁର ସବୁଠୁ ଉତ୍ତପ୍ତ ସହର ପାଲଟିଛି। ଝାରସୁଗୁଡା ଏବଂ ହୀରାକୁଦରେ ୪୦.୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।
ସେହିପରି ରାଉରକେଲାରେ ୩୮.୮ ଡିଗ୍ରୀ, ଭୁବନେଶ୍ୱର ୩୮, କେନ୍ଦୁଝର ୩୭.୮, ଚାନ୍ଦବାଲି ୩୭.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।
ପାଣିପାଗ ବିଭାଗର ଆକଳନ ଅନୁଯାୟୀ ଆଗାମୀ ଦିନରେ ଆହୁରି ଦୁଇରୁ ତିନି ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ। ଗ୍ରୀଷ୍ମ ପ୍ରବାହକୁ ଆଖି ଆଗରେ ରଖି ସମ୍ବଲପୁର, ଝାରସୁଗୁଡା, ସୋନପୁର, ବୌଦ୍ଧ, ବଲାଙ୍ଗୀର, କଳାହାଣ୍ଡି ଆଦି ୬ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।