ପୁରୀ: ପୁରୀ ତାଳବଣିଆ ଥାନା ସିଦ୍ଧ ମହାବୀର ଚମାର ସାହିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଓଢଣୀରେ ତଣ୍ଟି ଚିପି ସ୍ତ୍ରୀର ଜୀବନ ନେଇଯାଇଛି ସ୍ୱାମୀ । ଯେଉଁ ହାତରେ ସ୍ତ୍ରୀକୁ ସିନ୍ଦୁର ଦେଇ ସାତ ଜନ୍ମର ସାଥୀ କରିଥିଲା । ସେଇ ହାତରେ ନିଜ ସ୍ତ୍ରୀକୁ ଅତି ନୃଶଂସ ଭାବରେ ହତ୍ୟା କରିଛି ସ୍ୱାମୀ । ମୃତ ମହିଳା ଜଣଙ୍କ ହେଉଛନ୍ତି ବାଦଲ ବେହେରାଙ୍କ ପତ୍ନୀ ସୈାଦାମିନୀ ବେହେରା ।
ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ କୌଣସି କଥାକୁ ନେଇ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ସ୍ଵାମୀ ନିଜ ସ୍ତ୍ରୀକୁ ପିଟି ପିଟି ହତ୍ୟା କରିଥିଲା। ପରେ ତାଳବଣିଆ ଥାନାରେ ଆତ୍ମସର୍ମପଣ କରିଥିଲା ଅଭିଯୁକ୍ତ ସ୍ଵାମୀ। ତେବେ ଏନେଇ ଖବର ପାଇ ତାଳବଣିଆ ଥାନା ପୋଲିସ ଘଟଣା ସ୍ଥଳରେ ପହଂଚି ଅଧିକ ତଦନ୍ତ ଜାରି ରଖିଛି ।