ଭୁବନେଶ୍ବର ବିମାନ ବନ୍ଦରରେ କଇଁଛ ସହ ଅନେକ ବିରଳ ସରୀସୃପ ଉଦ୍ଧାର ହୋଇଛି। ଝିଟିପିଟି, ଗୋଧି, ବୋଡ଼ା ସାପ ଆଦିକୁ କଷ୍ଟମ ବିଭାଗ ଉଦ୍ଧାର କରିଛି । ବ୍ୟାଂକକ୍ରୁ ଭାୟା ଭୁବନେଶ୍ବର ଦେଇ ଚେନ୍ନାଇ ଚାଲାଣ ହେଉଥିବା ବେଳେ ଏକ ଗ୍ୟାଙ୍ଗ କୁ ଧରିଲା ବିଭାଗ ।
ସୂଚନା ଅନୁଯାୟୀ ବିସ୍କୁଟ ଡବାରେ ସରୀସୃପ ଚାଲାଣ ହେଉଥିଲା । ୯ଟି ସାପ ସାଙ୍ଗକୁ କଇଁଛ, ଗୋଧି ଓ ଏଣ୍ଡୁଅ ଉଦ୍ଧାର କରିଛି ବିଭାଗ । ଚେନ୍ନାଇର ଜଣେ ଯୁବକ ଅଟକ ରହିଥିବାବେଳେ ସିଟି ଫରେଷ୍ଟର ତଦନ୍ତ ଜାରି ରଖିଛି । ଏହି ରାକେଟ ପଛରେ ଆଉ କେଉଁ ମାନେ ସାମିଲ୍ ଅଛନ୍ତି କେତେଦିନ ଧରି ଏହି ଚୋରା ଚାଲାଣ ଚାଲୁଥିଲା ତାର ଛାନଭିନ ଚାଲିଛି।