ଭୁବନେଶ୍ୱର: ସୁଭଦ୍ରା ଯୋଜନାକୁ ନେଇ ବିଧାନସଭାରେ ବଡ଼ ସୂଚନା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସୁଭଦ୍ରାରେ ଦ୍ୱିତୀୟ କିସ୍ତିରୁ ୧ ଲକ୍ଷ ୮୩ ହଜାର ୭୮୫ ମହିଳା ବାଦ ପଡ଼ିଛନ୍ତି ।
ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୁଭଦ୍ରା ଯୋଜନାରେ ପ୍ରଥମ ଓ ଦ୍ୱିତୀୟ କିସ୍ତି ଟଙ୍କା ବଣ୍ଟନ ନେଇ ଉତ୍ତର ରଖିଛନ୍ତି । ଉପମନ୍ତ୍ରୀଙ୍କ ସୂଚନା ମୁତାବକ ୧ କୋଟି ୬୫ ହଜାର ୮୭୭ ମହିଳା ହିତାଧିକାରୀଙ୍କୁ ପ୍ରଥମ କିସ୍ତି ଟଙ୍କା ପ୍ରଦାନ କରିଥିଲେ । ଏଥିପାଇଁ ରାଜ୍ୟ ସରକାର ୫ ହଜାର ୩୨ କୋଟି ୯୩ ଲକ୍ଷ ବ୍ୟୟ କରିଛନ୍ତି । ସେହିପରି ଦ୍ୱିତୀୟ କିସ୍ତି ଟଙ୍କା ବଣ୍ଟନ ବେଳେ ଏହି ସଂଖ୍ୟାରେ ବଡ଼ ବ୍ୟବଧାନ ଦେଖାଦେଇଛି । ଦ୍ୱିତୀୟ କିସ୍ତିରେର ୯୮ ଲକ୍ଷ ୮୨ ହଜାର ୯୨ ଜଣ ଟଙ୍କା ପାଇଛନ୍ତି । ଅର୍ଥାତ ଦ୍ୱିତୀୟ କିସ୍ତିରୁ ୧ ଲକ୍ଷ ୮୩ ହଜାର ୭୮୫ ମହିଳା ବାଦ ପଡ଼ିଛନ୍ତି । ତେବେ ଏହି କିସ୍ତିରେ ସରକାର ୪ ହଜାର ୯୪୧ କୋଟି ୪ ଲକ୍ଷ ପ୍ରଦାନ କରିଛନ୍ତି । ତେବେ ବିଭିନ୍ନ କାରଣ ନେଇ ମହିଳାମାନ ବାଦ ପଡ଼ିଛନ୍ତି । ପ୍ରାୟତଃ ଯେଉଁମାନ ଆୟକର ଭରୁଛନ୍ତି କିମ୍ବା ଯେଉଁ ମହିଳାଙ୍କ ସ୍ୱାମୀ ଆୟକର ଦେଉଛନ୍ତି ସେହି ମହିଳାଙ୍କୁ ଦ୍ୱିତୀୟ କିସ୍ତିରୁ ବାଦ ଦିଆଯାଇଛି । ଯଦି ଅନ୍ୟ କୌଣସି କାରଣରୁ ବଞ୍ଚିତ ଥିବେ ସେମାନେ ଅଭିଯୋଗ କଲେ ସେମାନେଙ୍କ ଅଭିଯୋଗକୁ ଯାଞ୍ଚ କରାଯାଇ ଟଙ୍କା ପ୍ରଦାନ କରାଯିବ ।