ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ଜଟଣୀ ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣୀ ପାଟଯୋଶୀ ଗିରଫ ହୋଇଛନ୍ତି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଦୁର୍ନୀତି ନିବାରଣ ନିର୍ଦ୍ଦେଶାଳ ପକ୍ଷରୁ ବୁଧବାର ତାଙ୍କୁ କରାଯାଇଛି । ଚଢ଼ଉବେଳେ ପାଟଯୋଶୀଙ୍କ ଘରୁ ଜବତ ସମ୍ପତ୍ତିର ସନ୍ତୋଷ ଜନକ ଉତ୍ତର ନ ଦେଇପାରିବାରୁ ଗିରଫ ହୋଇଛନ୍ତି ।
ଗତକାଲି ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣୀ ପାଟଯୋଶୀଙ୍କର ୧୦ଟି ଠିକଣାରେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଇଥିଲା । ଜଟଣୀ, ଭୁବନେଶ୍ୱର, ବ୍ରହ୍ମପୁରରେ ଚଢ଼ଉ ହୋଇଥିଲା । ତାଙ୍କର ଭୁବନେଶ୍ୱରରେ ୪ଟି ବହୁମୂଲ୍ୟ ଫ୍ଲାଟ୍, ବ୍ରହ୍ମପୁରରେ ୨ଟି ବହୁତଳ ବିଶିଷ୍ଟ ଘର ଓ ୧୧ଟି ପ୍ଲଟ୍ ଥିବା ଜଣାପଡ଼ିଥିଲା । କେବଳ ସେତିକି ନୁହେଁ ୪୭୫ ଗ୍ରାମର ସୁନା ଅଳଙ୍କାର, ନଗଦ ୧୭ ଲକ୍ଷ ଟଙ୍କା ଏବଂ ୯୦ ଲକ୍ଷରୁ ଉର୍ଦ୍ଧ୍ୱ ବ୍ୟାଙ୍କ ଜମା ରାଶି ଜବତ କରାଯାଇଥିଲା । ଜବତ ସମ୍ପତ୍ତିର ସନ୍ତୋଷ ଜନକ ଉତ୍ତର ନ ଦେଇପାରିବାରୁ ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇ ଗିରଫ କରାଯାଇଛି ।
ଭୁବନେଶ୍ୱର ଭିଜିଲାନ୍ସ ସ୍ୱତନ୍ତ୍ର ବିଚାରପତିଙ୍କ ନିର୍ଦ୍ଦେଶରେ ଚଢ଼ଉ ହୋଇଥିଲା । ଏଥିରେ ୯ ଜଣ ଡିଏସପି, ୪ ଇନସ୍ପେକ୍ଟର, ୧୩ ଏଏସଆଇ ଓ ଅନ୍ୟ କର୍ମଚାରୀ ସାମିଲ ହୋଇଥିଲେ ।