ଭୁବନେଶ୍ୱର: ଅସହ୍ୟ ତାତିରେ ଆଉଟପାଉଟ ରାଜ୍ୟବାସୀ, ଲାଗୁଛି ଯେମିତି ଅଗ୍ନିବର୍ଷା ହେଉଛି । ଦିନ ୧୦ଟା ପରଠୁ ଘରୁ ବାହାରିବା ଏକପ୍ରକାର ମୁସ୍କଲି ହୋଇପଡ଼ୁଛି । ଅସହ୍ୟ ଗୁଳୁଗୁଳି ସାଙ୍ଗକୁ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଅନୁଭୂତ ହେଉଛି । ଶନିବାର ଦିନ ସାଢେ ୧୧ଟା ସୁଦ୍ଧା ତାପମାତ୍ରା ୩୮ ଡ଼ିଗ୍ରୀ ପାର କରିଛି । ୩୮.୮ ଡିଗ୍ରୀ ସହ ସମ୍ବଲପୁର ସବୁଠୁ ଉତ୍ତପ୍ତ ସହର ପାଲଟିଛି। ସେହିପରି ଝାରସୁଗୁଡ଼ା ୩୮, ହୀରାକୁଦରେ ୩୭.୪ ଡିଗ୍ରୀ ରହିଛି ତାପମାତ୍ରା।
ଏଥିସହ ଆହୁରି ୨ ଦିନ ରାଜ୍ୟରେ ୨ଦିନ ପ୍ରବଳ ଖରା ହେବ। ୨ରୁ ୩ ଡିଗ୍ରୀ ତାପମାତ୍ରା ବଢିପାରେ। ହିଟୱେଭ୍ ନେଇ ଆଜି ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଅନ୍ୟପଟେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରି ୪ଦିନର ତାତିରେ ଓଡ଼ିଶା ସିଝିବା ପରେ ବଦଳିବ ପାଗ। ଏପ୍ରିଲ ୨ ତାରିଖ ବେଳକୁ କିଛି ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି।